ଅନ୍ୟାନ୍ୟ

ଚାରି ଗୋଟି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବ୍ରହ୍ମପୁର, ୧୨ /୧୦/୨୦୨୨-   ଗଞ୍ଜାମ ଜିଲ୍ଲା ପୋଲସରା ପୋଲିସ ଥାନା ପକ୍ଷରୁ ଚାରି ଗୋଟି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଅକ୍ଟୋବର ୧୧ ତାରିଖରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ପୋଲସରା ଥାନା ଅନ୍ତର୍ଗତ ଭାବରଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣାରେ ଟୁଟୁ ସ୍ବାଇଁଙ୍କୁ ପୋଲିସ ଗିରଫ କରିଛି । ଏନେଇ ଭାବରଡ଼ା ଗ୍ରାମର ଶିବ ବେହେରାଙ୍କ ସ୍ତ୍ରୀ ଜୟନ୍ତୀ ବେହେରାଙ୍କ ଅଭିଯୋଗ କ୍ରମେ ପୋଲସରା ଥାନା କେସ ନଂ ୩୨୨/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା ।

ସେହିପରି ପୋଲସରା ଏନଏସିର ମଠ ସାହିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ସଞ୍ଜୟ ପ୍ରଧାନ ଆହତ ହୋଇଥିଲେ । ଆହତଙ୍କ ପରିବାରରୁ ଭାଗ୍ୟ ପ୍ରଧାନଙ୍କ ଲିଖିତ ଅଭିଯୋଗରେ କେସ ନଂ ୪୨୩/୨୨ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ସେହି ଘଟଣାରେ ସଂପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେହିପରି ଭାବରଡ଼ା ଗ୍ରାମରେ ଯୌତୁକ ଜନିତ ଆକ୍ରମଣ ଘଟଣାରେ ସ୍ତ୍ରୀ ସୁକାନ୍ତି ନାହାକଙ୍କ ଲିଖିତ ଅଭିଯୋଗ କ୍ରମେ କେସ ନଂ ୪୨୦/୨୨ ରେ ଏକ ମାମଲା ରୁଜ୍ଜୁ କରିବା ସହ ସ୍ଵାମୀ ପଦ୍ମନାଭ ନାହାକଙ୍କୁ ପୋଲସରା ପୋଲିସ ଗିରଫ କରିଛି । ଚୋରା ମଦ ବିକ୍ରି ଅଭିଯୋଗରେ ପୋଲସରା ଥାନାର କେସ ନଂ ୪୨୫/୨୨ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇ ଅରୁଣ ପଲେଇଙ୍କୁ ଗିରଫ କରାଯାଇଛି । ସମସ୍ତ ଚାରୋଟି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com