ଅନ୍ୟାନ୍ୟ

ବାତ୍ୟା କେଉଁଠି ମାଡ଼ ହେବ ?

 ଭୁବନେଶ୍ୱର, ୦୮/୦୫/୨୦୨୩ –    ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ କ୍ଷେତ୍ର ସୃଷ୍ଟି କରିଛି । ଏହାପରେ ମଙ୍ଗଳବାର ଅବପାତ ହେବା ପରେ ବାତ୍ୟାର ରୂପ ନେବ । ବର୍ତ୍ତମାନର ଆକଳନ ଅନୁସାରେ, ବାତ୍ୟା ସେଣ୍ଟ୍ରାଲ ବାଙ୍ଗୋପ ସାଗର ଦେଇ ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଦୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳରେ ସମୁଦ୍ର ଆଶାନ୍ତ ରହିବ ।

ତେଣୁ ୮ ତାରିଖଠାରୁ ପବନର ବେଗ ଧିରେ ଧିରେ ବୃଦ୍ଧି ପାଇବ । ସମୁଦ୍ର ଭିତରେ ଘଣ୍ଟା ପ୍ରତି ୮୦ କି.ମି, ବେଗରେ ବହିବା ସମ୍ଭାବନା ଥିବାରୁ ୧୦ ଓ ୧୧ ତାରିଖ ବେଳକୁ ଆହୁରି ଆଶାନ୍ତ ହୋଇପାରେ ସମୁଦ୍ର । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୮ ରୁ ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ସେହିପରି ବର୍ତ୍ତମାନ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଏବଂ ଗତିପଥ ସ୍ପଷ୍ଟ ହେବ ବୋଲି ଆଇ.ଏମ.ଡି. ପକ୍ଷରୁ କୁହାଯାଇଛି ।

ଏହାଛଡା ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଅତି ଭୀଷଣ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇପାରେ ଜଣାପଡିଛି। ତେବେ ମଡେଲ ଗୁଡିକ ଉପରେ ମଧ୍ୟ ନଜର ରଖିଛି ଆଇ.ଏମ.ଡି । ତେବେ ଏହି ଝଡ କେଉଁଠି ସ୍ଥଳଭାଗ ଛୁଇଁବ, ଏ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଇଥିଲେ ମଧ୍ୟ ସଠିକ ଭାବେ କିଛି କୁହାଯାଇନାହିଁ । ଏପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବାତ୍ୟା ପାଇଁ କୌଣସି ସତର୍କ ସୂଚନା ନଥିବା ଜଣାପଡିଛି ।

ଓଡ଼ିଶା ପାଇଁ ବାତ୍ୟା ପ୍ରଭାବ ନଥିବାବେଳେ ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ତେବେ ଏହି ସମୟ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ମଧ୍ୟରେ ରହିବ ବୋଲି ଜଣାପଡିଛି । ସେପଟେ ବାତ୍ୟାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଓଡିଶାର ଉପକୂଳବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com