ଅନ୍ୟାନ୍ୟ

ମୁଁ ଇସ୍ତଫା ଦେଇଦେବି : ମମତା ବାନାର୍ଜୀ

ଶାହାଙ୍କୁ କଲ କରିଥିବା ନେଇ TMC-BJP ମୁହାଁମୁହିଁ ; ଦିଦି କହିଲେ ସତ ହେଲେ ଇସ୍ତଫା ଦେଇଦେବି

ପଶ୍ଚିମବଙ୍ଗ, ୨୦/୦୪/୨୦୨୩ –   ଯଦି ସତ ତେବେ ମୁଁ ବର୍ତ୍ତମାନ ଇସ୍ତଫା ଦେଇଦେବି । ମମତା ବାନାର୍ଜୀଙ୍କ ଏମିତ କିଛି ବୟାନକୁ ନେଇ ଏବେ ସରଗରମ ବଙ୍ଗାଲ ରାଜନୀତି । ତେବେ ଦିଦି ଏମିତି କାହିଁକି କହିଲେ ? ଏଭଳି ବୟାନ ପଛରେ କ’ଣ ରହିଛି ରହସ୍ୟ ? କ’ଣ ଏମିତି ପରିସ୍ଥିତି ଉପୁଜିଲା ଯେ ଦିଦି ଇସ୍ତଫା ଦେବା ଯାଏଁ କଥା ଚାଲିଗଲା ?

ବାସ୍ତବରେ ଏଇ କିଛିଦିନ ତଳେ ଭୋଟ ପ୍ରତିଶତ କମିିବାରୁ ଟିଏମସି ବା ମୃଣମୁଳ କଂଗ୍ରେସର ଜାତୀୟ ଦଳ ମାନ୍ୟତା କଟି ଯାଇଥିଲା । ହେଲେ ଏତିକି ବେଳେ ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କଟା ଘା’ରେ ଚୂନ ମାରିବା ସହ ନିଆଁରେ ଘିଅ ଢାଳି ଦେଇଛନ୍ତି । ଶୁଭେନ୍ଦୁ କହିଛନ୍ତି ଯେ, ଜାତୀୟ ଦଳର ମାନ୍ୟତା କଟିଯିବା ପରେ ମମତା ବାନାର୍ଜୀ ବିଜେି ହେଭିୱେଟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିଲେ । ଜାତୀୟ ଦଳର ମାନ୍ୟତା ଫେରାଇ ଆଣିବା ପାଇଁ ବହୁ ହାରିଗୁହାରି ବି କରିଥିଲେ । ହେଲେ ଶାହା ଆଇନ ବିରୋଧି କୌଣସି କାମ କରିବି ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ ଦିଦିଙ୍କୁ ।

ତେବେ ଶୁଭେନ୍ଦୁଙ୍କ ଏଭଳି ବୟାନ ପରେ ହଟଚମଟ ସୃଷ୍ଟି ହୋଇଛି ବଙ୍ଗାଲ ରାଜନୀତିରେ । ଏ କଥାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଖୁବ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି । ମମତା କହିଛନ୍ତି ଏ ହେଉଛି ପୁରାପୁରି ଭାବରେ ଶୁଭେନ୍ଦୁଙ୍କ କପୋଳକଳ୍ପିତ କାହାଣୀ । ଏହାର କୌଣସି ସତ୍ୟତା ନାହିଁ । ଏନେଇ ଯଦି କୌଣସି ପ୍ରମାଣ ମିଳେ ତେବେ ସାଙ୍ଗେ ସାଙ୍ଗେ ମୋ ପଦରୁ ଇସ୍ତଫା ଦେଇଦେବି ବୋଲି କହିଛନ୍ତି ମମତା ।

Related Articles

Back to top button
WP Twitter Auto Publish Powered By : XYZScripts.com