ଅନ୍ୟାନ୍ୟ

ରାଗିଂ ପାଇଁ ଦୁଇ ମହଲା କୋଠାରୁ ଡେଇଁ ପଡ଼ିଲେ ଛାତ୍ର

ରାଗିଂର ଶିକାର ହୋଇ ଜଣେ ଛାତ୍ର ଛାତରୁ ଡେଇଁ ପଡ଼ିଥିବା ଖବର ସାମ୍ନାକୁ ଆସିଛି । ଆସାମର ଡିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ରାଗିଂରୁ ବଞ୍ଚିବା ପାଇଁ ଜଣେ ଛାତ୍ର ଜୀବନ ହାରିବା ପାଇଁ ଉଦ୍ୟମ କରିଥିବାର ମାମଲା ସାମ୍ନାକୁ ଆସିଛି । ବିଶ୍ୱବିଦ୍ୟାଳୟର ପିଏନଜିବି ହଷ୍ଟେଲରେ ରହୁଥିବା ଜଣେ ଛାତ୍ର ରାଗିଂ ସମସ୍ୟାର ସମ୍ମୁଖୀନ ହୋଇ ହଷ୍ଟେଲର ଦ୍ୱିତୀୟ ମହଲାରୁ ଡେଇଁ ପଡ଼ିଥିବା ସୂଚନା ମିଳିଛି । ଫଳରେ ଛାତ୍ର ଜଣଙ୍କ ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ଡାକ୍ତରଖାନା ନିଆ ଯାଇଥିବା ଜଣା ପଡ଼ିଛି । ସମ୍ପୃକ୍ତ ଘଟଣାରେ ଜଣେ ଛାତ୍ରଙ୍କୁ ଗିରଫ କରାଯିବା ସହ ୪ ଜଣ ସିନିଅର ଛାତ୍ରଙ୍କୁ ଅଟକ ରଖାଯାଇଛି । ରାଗିଂର ଏହି ଘଟଣା ରବିବାର ହୋଇଥିଲା । ଆହତ ଛାତ୍ର ଜଣଙ୍କ ହେଉଛନ୍ତି ଆନନ୍ଦ ଶର୍ମା । ଆହତ ଛାତ୍ର ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ପିଡ଼ିତ ଛାତ୍ରଙ୍କ ପରିବାର ଲୋକେ ଘଟଣାକୁ ନେଇ ପୋଲିସ ଥାନରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି ।ଆହତ ଛାତ୍ରଙ୍କ ମା’ ସରିତା ଶର୍ମା କହିଛନ୍ତି, ତାଙ୍କ ପୁଅ ଗତ ଚାରି ମାସ ଧରି ସିନିୟର ଛାତ୍ରମାନଙ୍କ ଦ୍ୱାରା ରାଗିଂର ଶିକାର ହେଉଥିଲା । ତେବେ ସେ ଫୋନ ମାଧ୍ୟମରେ କହିଥିଲା ଯେ ମୁଁ ହଷ୍ଟେଲକୁ ଯାଉଛି । ଏବଂ ସିନିୟର ଛାତ୍ର ତାଙ୍କୁ ନିର୍ଯାତନା ଦେଉଥିବା କଥା ମଧ୍ୟ କହିଥିଲେ । ତେବେ ତାଙ୍କ ପୁଅର ଗୋଡ ଭାଙ୍ଗି ଯାଇଥିବା ସହ ଛାତିରେ ଆଘାତ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com