ଅନ୍ୟାନ୍ୟ

ସାହାଯ୍ୟ ବାହାନାରେ ଠକିନେଲା ୨୦ ହଜାର ଟଙ୍କା

ଭୁବନେଶ୍ୱର, ୦୯/୧୨/୨୦୨୨ –   ସାହାଯ୍ୟ କରିବା‌ ଆଳ‌ରେ ଲୁଟିନେଲା ୨୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ । ଗତ ୫ ତାରିଖ ଦିନ ଗୁଣନିଧି ବେହେରା ନାମକ ଜଣେ ବ୍ୟକ୍ତି ପୋଖରୀପୁଟସ୍ଥିତ ଏସ୍‌ବିଆଇ ଏଟିଏମ୍‌କୁ ୨୦ ହଜାର ଟଙ୍କ‌ା ଡିପୋଜିଟ୍‌ କରିବାକୁ ଯାଇଥିଲେ । ଏଟିଏମ୍‌ରେ ଟଙ୍କା ଡିପୋଜିଟ୍ କରିବା ପ୍ରକ୍ରିୟା ଭଲ ଭାବେ ଜାଣିନଥିବାରୁ ସେ ସେଠାରେ ଟଙ୍କା ଉଠାଉଥିବା ଏକ ଯୁବକ କୈଳାସର ସହଯୋଗ ଲୋଡ଼ିଥିଲେ । କୈଳାସ ଉକ୍ତ ଏଟିଏମ୍‌ରେ ଟଙ୍କା‌ ଜମା କରିବା ବ୍ୟବସ୍ଥା ନାହିଁ ବୋଲି କହିଥିଲା।

ଗୁଣନିଧି ତାକୁ ମିନି ଷ୍ଟେଟ୍‌ମେଣ୍ଟ ବାହାର କରିବାକୁ କହିବାରୁ କୈଳାସ ତାଙ୍କ ଏଟିଏମ୍‌ କାର୍ଡ ନେଇ ମିନି ଷ୍ଟେ‌ଟ୍‌ମେଣ୍ଟ ବାହାର କରିଥିଲା । କିନ୍ତୁ ଏହା ଭିତରେ ସେ ପିନ୍ ନମ୍ବର ମନେରଖିଲା ଏବଂ କାର୍ଡ ଫେରାଇବା ବେଳେ ଅଦଳବଦଳ କରି ଦେଇଥିଲା । ଏହାର କିଛି ସମୟ ପରେ ଗୁଣନିଧିଙ୍କ ମୋବାଇଲ୍‌ ଫୋନ୍‌କୁ ମେସେଜ୍‌ ଆସିଥିଲା ଯେ ତିନି ପର୍ଯ୍ୟାୟରେ ୨୦ ହଜାର ଟଙ୍କା ଉଠିଛି। ସେତେବେଳେ ଯାଇ ଗୁଣନିଧି ନିଜ ପାଖରେ ଥିବା କାର୍ଡକୁ ଦେଖିଥିଲେ । ସେଇଟି କୈଳାସ ନାଁରେ ଥିଲା । ତୁରନ୍ତ ସେ ଏୟାର୍‌ପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ପୋଖରୀପୁଟ, କପିଳପ୍ରସାଦ ଓ ବରମୁଣ୍ଡା ଏଟିଏମ୍‌ରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ କୈଳାସର ଏଟିଏମ୍‌ କାର୍ଡ ନେଇ ବ୍ୟାଙ୍କରୁ ଠିକଣା ପାଇଥିଲା । ପୁଲିସ ସୂଚନାନୁସାରେ କୈଳାସ ଟଙ୍କା ଉଠାଇବା ପରେ ଖୋର୍ଦ୍ଧା ଯାଇ ଏକ ଗହଣା ଦୋକାନରୁ ମୁଦି କିଣିଥିଲା ।ଏୟାର୍‌ପୋର୍ଟ ଥାନା ପୁଲିସ ଶୁକ୍ରବାର କୈଳାସକୁ ଗିରଫ କରିଛି । ତା ଘର ପୁରୀ ସତ୍ୟବାଦୀ ଅଞ୍ଚଳରେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com