ଅନ୍ୟାନ୍ୟ

ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରୁ ହେବ ୱେବକାଷ୍ଟିଂ

 ଭୁବନେଶ୍ୱର, ୦୮/୦୪/୨୦୨୩ –   ଆସନ୍ତା ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ତେବେ ଭୋଟ ଗ୍ରହଣ ସମୟରେ ନିର୍ବାଚନ ମଣ୍ଡଳୀର ସବୁ ବୁଥରୁ ୱେବକାଷ୍ଟିଂ କରାଯିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ ।

ସେହିପରି ମାଇକରେ ପ୍ରଚାର ସମୟକୁ ଦିନ ୬ ଟାରୁ ୧୦ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ରାତିରେ ମାଇକ ଦ୍ୱାରା ପ୍ରଚାରକୁ କଡାକଡି ଭାବେ ନିଷିଦ୍ଧ କରାଯାଇଛି । ଉପନିର୍ବାଚନ ସମୟରେ ରାଜୈନିକ ଦଳର ଷ୍ଟାର ପ୍ରଚାରକଙ୍କ ପାଇଁ ବ୍ୟବହାର ହେବାକୁଥିବା ଗାଡି ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ସେପଟେ ନିଜର ଅପରାଧିକ ପୃଷ୍ଠଭୂମିକୁ ଅତିକମରେ ୩ ଥର ଗଣମାଧ୍ୟମରେ ପ୍ରଚାର କରିବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ । ଭୋଟରମାନଙ୍କୁ ପ୍ରଭାବିତ କରିବାକୁ କୌଣସି ଆର୍ଥିକ ପ୍ରଲୋଭନ କିମ୍ବା ପ୍ରସ୍ତାବ ସହିତ ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ କୌଣସି ଅନୁଦାନ ଦିଆଯିବାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ସୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳକୁ ନେଇ ହୋଇଥିବା ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସବୁ ସୂଚନା ଦେବା ସହିତ ସହିତ ଶାନ୍ତି ଶୃଙ୍ଖଳାରେ ଉପନିର୍ବାଚନ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com