ଅନ୍ୟାନ୍ୟ

ଶିଶୁ ମଙ୍ଗଳ ସମିତି ପକ୍ଷରୁ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର, ୧୮/୦୮/୨୦୨୨-  ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିଭାଗ ନିର୍ଦ୍ଦେଶ କ୍ରମେ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଅଗଷ୍ଟ ୧୫ ତାରିଖ ଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଶିଶୁ ଯତ୍ନ ଅନୁଷ୍ଠାନ ବିଭିନ୍ନ ଦିବସରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଛନ୍ତି l ଏହି ଅବସରରେ ଛତ୍ରପୁର ଡି ସି ପି ଓ କାର୍ଯ୍ୟଳୟ, ବ୍ରହ୍ମପୁର ଶିଶୁ ମଙ୍ଗଳ ସମିତି, ଉତ୍କଳବାଳାଶ୍ରମ, ପର୍ଯ୍ୟବେକ୍ଷଣ ଗୃହ , ଗୋପାଳପୁର ଶ୍ରଦ୍ଧା ସଂଜୀବନୀ, ଦିବ୍ୟ ଜ୍ୟୋତି ମୁକ୍ତାକାଶ କେନ୍ଦ୍ର, ବାହିନୀପତି ଦିବ୍ୟ ଜୀବନ ସେବାଶ୍ରମ, ବାଲ୍ମୀକେଶ୍ୱେର ଶିଶୁ ସୁରକ୍ଷା ଅନୁଷ୍ଠାନ, ସହ ପାଳିତ ଶିଶୁ ଯତ୍ନ ଗୃହ, ମାନଙ୍କରେ ବିଭିନ୍ନ ବୃକ୍ଷ ରୋପଣ ସହ ଅଫିସ, ବାହାର ପରିବେଶ, ଚଲା ବୁଲା କରିବା ରାସ୍ତା, ଯିବା ଆସିବା ର ପ୍ରବେଶ ପଥ କୁ ମଧ୍ୟ ପରିଷ୍କାର ଭାବେ ସଫେଇ କାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଶିଶୁ ମଙ୍ଗଳ ସମିତିର ଅଧକ୍ଷ ରଞ୍ଜିତ କୁମାର ବାନାର୍ଜୀ, ପ୍ରଦୀପ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଥିବା ବେଳେ ଅନ୍ୟ କର୍ମଚାରୀ, ଶିଶୁ, ଅନ୍ତୋବାସୀ, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁକୁ ପୁରସ୍କାର ପ୍ରଦାନ କରାଯାଇଥିଲା l

Related Articles

Back to top button
WP Twitter Auto Publish Powered By : XYZScripts.com