ଅନ୍ୟାନ୍ୟ

ପୁଣି ସଲମାନଙ୍କୁ ହତ୍ୟା ଧମକ

ଭୁବନେଶ୍ୱର, ୧୧/୦୪/୨୦୨୩ –    ପୁଣି ଭାଇଜାନଙ୍କୁ ମିଳିଲା ହତ୍ୟା ଧମକ । ବାରମ୍ବାର ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରାଯିବା ନେଇ ଧମକ ଆସୁଛି । ପ୍ରଥମେ ଲରେନ ବିଷ୍ଣୋଇ ପରେ ଗୋଲ୍ଡି ବ୍ରାର ଆଉ ଏବେ ରକି ଭାଇ ସଲମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି ।

ଏପ୍ରିଲ ୧୦ରେ ସଲମାନ ଖାନ ନିଜର ଆଗାମୀ ଫିଲ୍ମ କିସି କା ଭାଇ କିସି କା ଜାନ ର ଟ୍ରେଲର ରିଲିଜ କରିଥିଲେ । ଏହି ଟ୍ରେଲର ରିଲିଜ ହେବାର କିଛି ସମୟ ପରେ ସଲମାନଙ୍କୁ ନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ଫୋନ କଲ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜର ପରିଚୟରେ ଗୋରକ୍ଷକ ରକି ଭାଇ ବୋଲି କହିଥିଲେ । ଏହା ସହ ଆସନ୍ତା ଏପ୍ରିଲ ୩୦ ତାରିଖରେ ସଲମାନଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଏହି କଲ ଆସିବା ପରେ ମୁମ୍ବାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି ।

ପୂର୍ବରୁ ସଲମାନଙ୍କୁ ହତ୍ୟା କରିବାକୁ ଅନେକ ଥର ଯୋଜନା ହୋଇଛି । କିନ୍ତୁ ସବୁଥର ଏହି ଷଡଯନ୍ତ୍ର ଫେଲ ମାରିଛି । ତେବେ ଲଗାତାର ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣିତ କରାଯାଇଛି । ଏପରିକି ସଲମାନ ନିଜ ସୁରକ୍ଷାକୁ ମଧ୍ୟ ଆହୁରି କଡାକଡି କରିଦେଇଛନ୍ତି । ଯେଉଁଥିପାଇଁ ନିକଟରେ ବିଦେଶରୁ ଏକ ବୁଲେଟ ପ୍ରୁଫ ଗାଡି ଆଣିଛନ୍ତି । ତେବେ ବାରମ୍ବାର ହତ୍ୟା ଧମକ କରେ ସଲମାନଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com