ଅନ୍ୟାନ୍ୟ

ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଅବତରଣ ବେଳେ ହ୍ରଦକୁ ଖସିପଡିଲା ଯାତ୍ରୀବାହୀ ବିମାନ, ୪୯ ଯାତ୍ରୀ କରୁଥିଲେ ଯାତ୍ରା । ରବିବାର ଦିନ ତାଞ୍ଜାନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟିବିସି କହିଛି ଯେ ବୁକୋବା ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ବିମାନ ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା। ଦୁର୍ଘଟଣା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିମାନରେ କେତେ ଲୋକ ଥିଲେ ଏବଂ ସେମାନଙ୍କ ଅବସ୍ଥା କିପରି ଅଛି ତାହା ଜଣାପଡିନାହିଁ । ଟିବିସି କହିଛି ଯେ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ବିମାନରେ କେତେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ କେତେ ଲୋକ ସୁରକ୍ଷିତ ଅଛନ୍ତି ସେ ସମ୍ପର୍କରେ କୌଣସି ସଠିକ ସୂଚନା ମିଳିପାରିନାହିଁ। ବୁକୋବା ବିମାନବନ୍ଦର ଆଫ୍ରିକାର ବୃହତ୍ତମ ହ୍ରଦ ଭିକ୍ଟୋରିଆ ହ୍ରଦ କୂଳରେ ଅବସ୍ଥିତ। ଦୁର୍ଘଟଣା ପରେ ରିଲିଫ କାମ ଆରମ୍ଭ ହୋଇଛି। ବିମାନରେ ଫସି ରହିଥିବା ଅନ୍ୟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com