ଅନ୍ୟାନ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର

ମୁମ୍ବାଇ , ୨୨/୧୧/୨୦୨୨-  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର । ଖାଲି ଏତିକି ନୁହେଁ ହତ୍ୟା ଷଡଯନ୍ତ୍ର ରଚୁଥିବା ଦୁଇ ଜଣ ବ୍ୟକ୍ତିଙ୍କ ୭ ଟି ଅଡିଓ କ୍ଲିପ୍ ସାମ୍ନାକୁ ଆସିଛି । ଏଥିସହ ଏହି ସଗିଧ୍ଧ ଙ୍କ କାର୍ଯ୍ୟକଳାପ ସହ ଜଡିତ କିଛି ଡକ୍ୟୁମେଣ୍ଟ ମଧ୍ୟ ଏହି ନମ୍ବରରୁ ଆସିଛି । ଏମିତି ଏକ ଚମକାଇ ଦେଲା ଭଳି ଖବର ଆସିଛି ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟସଆପ ନମ୍ବରରେ । ଯେଉଁ ନମ୍ବରରୁ ମୋଦୀଙ୍କୁ ହତ୍ୟା କରିବାର ଧମକ ଆସିଛି ସେହି ନମ୍ବରଟି ଭାରତର ବୋଲି ଜଣା ପଡିଛି ।

ଯେଉଁ ଫୋନ୍ ନମ୍ବରରୁ ଧମକ ମିଳିଥିଲା ସେ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଏନେଇ ଟ୍ରାଫିକ ପୋଲିସ ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଛି । ଏହି ଘଟଣାକୁ ନେଇ ୱର୍ଲି ପୋଲିସ ଷ୍ଟେସନରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ମିଳିଥିବା ସମସ୍ତ ତଥ୍ୟକୁ ମୁମ୍ବାଇ ପୋଲିସ, କ୍ରାଇମ ବ୍ରାଞ୍ଚ ଏବଂ ଷ୍ଟେଟ ଇଣ୍ଟେଲିଜେନ୍ସକୁ ହସ୍ତାନ୍ତର କରିଛି ଟ୍ରାଫିକ ପୋଲିସ । ଏହାପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛିି । ଏହି ଅଡିଓରେ କେଉଁମାନେ ଅଛନ୍ତି, କିଏ ଏବଂ କେଉଁଠାରୁ ଏହାକୁ ପଠାଇଛି, ଏହି ଷଡଯନ୍ତ୍ର ପଛରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବାକୁ ଖୋଳତାଡ ଆରମ୍ଭ ହୋଇଛି । ଷଡଯନ୍ତ୍ର ପଛରେ ଦେଶର କେହି ବ୍ୟକ୍ତି ଜଡିତ ନା କୌଣସି ବିଦେଶୀଙ୍କ ହାତ ରହିଛି ସେନେଇ ପୋଲିସ ଛାନଭିନ୍ ଆରମ୍ଭ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com