ଅନ୍ୟାନ୍ୟ

କମ୍ପୁଟରୀକରଣ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ଆଗରେ

ଭୁବନେଶ୍ୱର, ୧୯/୦୧/୨୦୨୩ –     ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ଆଗରେ ରହିଛି । ଦେଶରେ DILRMP ଅନ୍ତର୍ଗତ ୬ଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୋଟ ୭୫ ଟି ଜିଲ୍ଲାକୁ ପ୍ଲାଟିନମ ପୁରସ୍କାର ନିମନ୍ତେ ଚୟନ କରାଯାଇଛି । ଏଥି ମଧ୍ୟରେ ଓଡ଼ିଶାର ୧୯ ଟି ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲା ଗୁଡିକର ଜମିଜମା ରେକର୍ଡ କମ୍ପୁଟରୀକରଣରେ କାର୍ଯ୍ୟଦକ୍ଷତା ୯୯ ପ୍ରତିଶତରୁ ଅଧିକ ଥିଲା ।

ରାଜ୍ୟରେ ପୁରସ୍କାର ନିମନ୍ତେ ବିବେଚିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ – କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଜଗତସିଂହପୁର, ବରଗଡ଼ , ଅନୁଗୁଳ, ବୌଦ୍ଧ, ଦେଓଗଡ଼, ଢେଙ୍କାନାଳ, ରାୟଗଡା  ସମ୍ବଲପୁର ଗଜପତି, ଗଂଜାମ,  କେନ୍ଦୁଝର, ନୟାଗଡ, ନୂଆପଡା, ଖୋର୍ଦ୍ଧା, କୋରାପୁଟ ଓ ନବରଙ୍ଗପୁର ।  ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଲ୍ୟାଣ୍ଡ ରେକର୍ଡ୍ସ ମର୍ଡନାଇଜେସନ ସୋସାଇଟି – OLRMSର ଗଭର୍ଣ୍ଣିଂ ବଡି ବୈଠକରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।

ଏହିସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୂଆଦିଲ୍ଲୀରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଦ୍ଵାରା ଆୟୋଜିତ ଉତ୍ସବରେ ସମ୍ମାନିତ କରାଯିବ । ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲୋକ ସେବା ଭବନର ଦ୍ଵିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏହା କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com