ଅନ୍ୟାନ୍ୟ

ଲୋକସଭାରେ ସ୍ମୃତି-ସୋନିଆ ମୁହାଁମୁହିଁ

ନୂଆଦିଲ୍ଲୀ, ୨୮/୦୭/୨୦୨୨- ସ୍ମୃତି – ସୋନିଆ ମୁହାଁମୁହିଁ ।  ସ୍ଥିତି ଏମିତି ହେଲା, ଅନ୍ୟ ସାଂସଦଙ୍କୁ ଆସି ଉଭୟଙ୍କୁ ଶାନ୍ତ କରିବାକୁ ପଡ଼ିଲା । ସ୍ମୃତି ଏମିତି ରାଗି ପଞ୍ଚମ ହେବା ପଛରେ ରହିଛି କଂଗ୍ରେସର ବରିଷ୍ଠ  ନେତା ଅଧିର ରଞ୍ଜନ ଚୌଧୁରୀ  ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଅପମାନ କରିବା । ଗୃହ ମୁଲତବୀ ହେବା ପରେ ରାଷ୍ଟ୍ରପତିଙ୍କୁ ଅପମାନ କରାଯିବା ପ୍ରତିବାଦରେ ବିଜେପି ସାଂସଦମାନେ ସୋନିଆ ଗାନ୍ଧିଙ୍କ ଇସ୍ତଫା ଦାବିରେ ନାରାବାଜି କରୁଥିଲେ । ଏହି ସମୟରେ ସୋନିଆ ଗୃହରୁ ବାହାରକୁ ଯାଉଥିଲେ । ହଠାତ ସେ ଫେରି ରମା ଦେବୀଙ୍କ ପାଖରେ ପହଞ୍ଚି  କହିଥିଲେ- ଅଧିର ରଞ୍ଜନ ଚୌଧୁରୀ କ୍ଷମା ମାଗି ସାରିଛନ୍ତି, ଏଥିରେ ମୋ ନାଁ କାହିଁକି ନିଆଯାଉଛି । ଏହି ସମୟରେ ସ୍ମୃତି ଇରାନୀ ସେଠାରେ ପହଞ୍ଚି ସୋନିଆଙ୍କୁ ପଚାରି ଥିଲେ Ma’m, May I help You. ଏହାସହ ସେ କହିଥିଲେ, ମୁଁ ଆପଣଙ୍କ ନାଁ ନେଇଥିଲି । ଯାହାକୁ ନେଇ ସୋନିଆ ତାଙ୍କୁ ଚଢ଼ା ଗଳାରେ କହିଥିଲେ Don’t talk to me. । ଏହାପରେ  ୨ରୁ ୩ ମିନିଟ ଉଭୟଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଏହି ସମୟରେ ଉଭୟ ଦଳର ସାଂସଦମାନେ ଏକାଠି ହୋଇ ନାରାବାଜି ଆରମ୍ଭ କରି ଦେଇଥିଲେ । ସ୍ଥିତି ଅସମ୍ଭାଳ ଆଡ଼କୁ ଯାଉଥିବା ଦେଖି ଗୌରବ ଗୋଗୋଇ ଏବଂ ସୁପ୍ରିୟା ସୁଲେ ଉଭୟଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com