ଅନ୍ୟାନ୍ୟ

ଦେଶର ସବୁଠୁ ବଡ ଜେଲରେ ବଡ ଗ୍ୟାଙ୍ଗୱାର, ଆଗକୁ ଆହୁରି ଗଡିବ ମୁଣ୍ଡ

ସାମ୍ନାକୁ ଆସିଲା ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିଆ ହତ୍ୟାର ଛାତିଥରା ଦୃଶ୍ୟ । ଦେଶର ସବୁଠୁ ସୁରକ୍ଷିତ ତିହାର ଜେଲରେ ନିର୍ମମ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ସାମ୍ନାକୁ ଆସବା ପରେ ସମସ୍ତେ ସ୍ତବ୍ଧ । ବିରୋଧୀ ଗୋଷ୍ଠୀର କିଛି ଅପରାଧି ଧାରୁଆ ଅସ୍ତ୍ରରେ ୧୦୦ ଥର ଭୁି ହତ୍ୟା କରୁଛନ୍ତି ତାହା ପ୍ରାଞ୍ଜଳ ଭାବେ ଦେଖିବାକୁ ମିଳୁଛି ।

ମେ ୧ରେ ତିହାର ଜେଲରେ ଟିଲୁର ହତ୍ୟା କରାଯାଇଥିଲା । ତା ଦେହରେ ୧୦୦ଟି କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ତେବେ ଏହି କ୍ଷତ ଚିହ୍ନ କେମିତି ହୋଇଥିଲା ଓ ତାକୁ କେମିତି ତଳେ ପକେଇ ମାରିଥିଲେ ତାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ବିରୋଧୀ ଗୋଷ୍ଠୀର ୩ ଜଣ ବ୍ୟକ୍ତି ଟିଲୁକୁ ଆକ୍ରମଣ କରିବା ସହ ମୁହଁ, ମୁଣ୍ଡ, ବେକ, ପିଠି ଓ କାନ୍ଧକୁ ବାରମ୍ଭାର ଧାରୁଆ ଅସ୍ତ୍ରରେ ଭୁଷି ଚାଲିଛନ୍ତି ।

ଟିଲୁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସଂଘବଦ୍ଧ ଆକ୍ରମଣ ଯୋଗୁଁ ସେ ଖସି ପାରୁନଥିଲା । ଏମିତି କି ସେ ବେହୋସ ହୋଇ ତଳେ ପଡିବା ପର୍ଯ୍ୟନ୍ତ ତାକୁ ଆକ୍ରମଣ କରାଯାଉଥିବା ଫୁଟେଜରୁ ଦେଖା ଯାଉଛି ।

() ୨୦୨୧ ଗ୍ୟାଙ୍ଗଷ୍ଟର ଜିତେନ୍ଦର ଗୋଗୀକୁ ଦିଲ୍ଲୀର ଏକ କୋର୍ଟ ପରିସରରେ ଗୁଳି କରି ହତ୍ୟା କରିଥିଲା ଟିଲୁ । ଏହି ହତ୍ୟା ଅଭିଯୋଗରେ ଟିଲୁ ତାଜପୂରିଆ ତିହାର ଜେଲରେ ସଜା ଭୋଗୁଥିଲା । ତେବେ ଟିଲୁର ହତ୍ୟା ପଛରେ ଗୋଗୀ ମୃତ୍ୟୁର ପ୍ରତିଶୋଧ ବୋଲି କୁହାଯାଉଛି । ଯଦି ଦେଖିବା ମାସେ ଭିତରେ ତିହାର ଜେଲରେ ହିଂସା ଏବଂ ଗ୍ୟାଙ୍ଗୱାରର ଏହା ଥିଲା ଦ୍ୱିତୀୟ ଘଟଣା ।

ଗତ ଏପ୍ରିଲ ମାସରେ ଗ୍ୟାଙ୍ଗଷ୍ଟର ଲରେନ ବଷ୍ଣୋଇର ଘନିଷ୍ଠ ବନ୍ଧୁ ପ୍ରିନ୍ସ ତେଓତିଆଙ୍କୁ ପ୍ରତିଦ୍ୱନ୍ଦୀ ଗ୍ୟାଙ୍ଗର ସଦସ୍ୟମାନେ ତିହାର ଜେଲରେ ହତ୍ୟା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com