ଅନ୍ୟାନ୍ୟ

ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଡାକ ମଣ୍ତଳ କାର୍ଯ୍ୟାଳୟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର, ୦୪ /୧୦/୨୦୨୨-   କେନ୍ଦ୍ର ସରକାରଙ୍କ “ଆଜାଦୀ କା ଅମୃତ ମହୋତ୍ସବ” କାର୍ଯ୍ୟକ୍ରମ ଆନୁକୁଲ୍ୟରେ “ସ୍ୱଚ୍ଛ ଭାରତ ପକ୍ଷ” ପାଳନ ଅବସରରେ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବ୍ରହ୍ମପୁରର ଡାକ ମଣ୍ତଳ କାର୍ଯ୍ୟାଳୟ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ସ୍ଥିତ ବ୍ଲଡ଼ ବ୍ୟାଙ୍କ ଏବଂ ବ୍ରହ୍ମପୁର ଡାକ ମଣ୍ଡଳର ମିଳିତ ସହଯୋଗରେ ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଅନୁଷ୍ଠିତ ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

ବ୍ରହ୍ମପୁର ଡାକ ମଣ୍ଡଳ ପ୍ରତିଷ୍ଠାର ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ତେଣୁ ଉତ୍ସାହର ସହ ବହୁତ ଡାକ କର୍ମଚାରୀ ସ୍ଵେଚ୍ଛାକୃତ ଭାବେ ଶିବିରରେ ରକ୍ତଦାନ କରିଥିଲେ । ସହକାରୀ ଡାକ ଅଧିକ୍ଷୀକା କିରଣମାଳା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ବ୍ରହ୍ମପୁର ଡାକ ମଣ୍ତଳର ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢୀ, ବ୍ଲଡ଼ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଡଃ ପ୍ରସନ୍ନ କୁମାର ରଥ, ବ୍ରହ୍ମପୁରର ପ୍ରଧାନ ଡାକପାଳ କାହ୍ନୁ ଚରଣ ସାହୁ, ଲୋକ ସମ୍ପର୍କ ନିରୀକ୍ଷକ ଗଣେଶ ଗୌଡ, ହିସାବ ରକ୍ଷକ ଗୌରହରି ପଣ୍ଡା, ବହୁ ମେଡିକାଲ କର୍ମଚାରୀ ଓ ଡାକ କର୍ମଚାରୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com