ଅନ୍ୟାନ୍ୟ

ସାଂସଦ ବସନ୍ତ ପଣ୍ଡାଙ୍କୁ ଟେକିନେଲା ପୋଲିସ

ଭୁବନେଶ୍ୱର, ୧୪/୦୨/୨୦୨୩ –   ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ ବାଟବଣା ହେଉଥିବା ନେଇ ବିଜେପିର ପ୍ରତିବାଦ । ଏନେଇ ମଙ୍ଗଳବାର ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଛି ବିଜେପି । AG ଛକରେ ବିକ୍ଷୋଭ ବେଳେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଅନ୍ୟମାନଙ୍କୁ ପୁଲିସ ଟେକିନେଇଛି ।

ଆଜିଠୁ ୧୬ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରାଜବ୍ୟାପୀ ଆନ୍ଦୋଳନ କରିବ ଦଳ । ବୁଧବାର ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ ।  ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ, ହତ୍ୟା ଓ  ସାଇବର ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com