ଅନ୍ୟାନ୍ୟ

ଚିଲିକାରେ ଡଙ୍ଗା ବୁଡି ଘଟଣାରେ ୨ ଜଣଙ୍କର ମୃତଦେହ ଉଦ୍ଧାର

ବ୍ରହ୍ମଗିରି, ୦୫/୦୯/୨୦୨୨-  ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଦୁଇ ଜଣ ପୁରୀ ତଳମାଳି ସାହିର ରାକେଶ କୁମାର ସ୍ୱାଇଁ ଏବଂ ଅନ୍ୟ ଜଣେ ମାର୍କଣ୍ଡେଶ୍ୱର ସାହିର ସୌମେନ୍ଦ୍ର ମହାନ୍ତି । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ରବିବାର କାଳିଜାଈ କୁଦକୁ ଭୋଜି କରିବା ପାଇଁ ଏକ ଡଙ୍ଗାରେ ୧୩ ଜଣ ଯାଇଥିଲେ । ଭୋଜି କରି ସଂଧ୍ୟାରେ ଫେରିବା ସମୟରେ ମଝି ଚିଲିକାରେ ଡଙ୍ଗାଟି ଭାରସାମ୍ୟ ହରାଇ ଗମ୍ଭାରୀ ଗାଁ ନିକଟରେ ଡଙ୍ଗା ବୁଡ଼ିଯାଇଥିଲା । ଘଟଣା ସ୍ଥଳରୁ ୧୦ ଜଣ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ନିଖୋଜ ଥିଲେ । ସଂଧ୍ୟାରେ ଟୁଆ ଗାଁର ଉଗ୍ରସେନ ଦାସ ନାମକ ଜଣେ ବ୍ୟକ୍ତି ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ନିଖୋଜ ହୋଇଥିଲେ । ଦୁଇ ଜଣଙ୍କର ମୃତଦେହ ମିଳିଛି ।  ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବ୍ରହ୍ମଗିରି ଥାନା ଅଧିକାରୀ କହିଛନ୍ତି । ତେବେ ୪ ଜଣଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com