ଅନ୍ୟାନ୍ୟ

ନିଜେ ପଢ଼ୁଥିବା ସ୍କୁଲ ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୧/୧୧/୨୦୨୨ –   ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତର ଶୁକ୍ରବାର ଶେଷ ଦିନ  । ପୂର୍ବ ନିର୍ଦ୍ଧରିତ କାର୍ଯ୍ୟସୂଚୀ ଅନୁଯାଇ ଆଜି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ ରାଷ୍ଟ୍ରପତି । ପିଲାଙ୍କ ସହ କଥା ହେବା ସହ ସ୍କୁଲ ଜୀବନର ଅନୁଭୂତି ବାଣ୍ଟିଥିଲେ । ପିଲାଙ୍କୁ ଭଲ ପାଠ ପଢ଼ିବାକୁ  ପରାମର୍ଶ ଦେଇଥିଲେ ।

ପରେ ୟୁନିଟ୍‌ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଷ୍ଟ୍ରପତି ଏହି ହାଇସ୍କୁଲରେ ନିଜେ ପାଠ ପଢିଥିଲେ । ସବୁ ଛାତ୍ରୀଙ୍କୁ ଭେଟିବା ସହ ପୁରୁଣା ସ୍ମୃତି ସାଉଣ୍ଟିଥିଲେ ମହାମହିମ । ଏହି ଅବସରରେ ପିଲାବେଳର ସାଙ୍ଗମାନଙ୍କୁ ସାକ୍ଷାତ କରିଥିଲେ । ବିଦ୍ୟାଳୟ ପରିସରରେ ସହପାଠୀଙ୍କ ସହ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ସେହି ସମୟରେ ସହପାଠୀଙ୍କୁ ରାଜଭବନକୁ ନିମନ୍ତ୍ରଣ କରିଥିଲେ ମହାମହିମ । ହାଇସ୍କୁଲ ପରିସରରେ ଗଛ ଲଗାଇବା ସହ ପିଲାଙ୍କ ସହ କଥା ହେବା ସାଙ୍ଗକୁ ନାଚ ଗୀତରେ  ସାମିଲ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । କୁନ୍ତଳା କୁମାରୀ ସାବତ ଆଦିବାସୀ ଗାର୍ଲସ ହଷ୍ଟେଲ ପରିଦର୍ଶନ କରିବା ପରେ ରାଜଭବନ ଫେରିଥିଲେ ରାଷ୍ଟ୍ରପତି । ପୁରୁଣ ସ୍ମୃତିକୁ ଫଟୋ ଫ୍ରେମରେ ସଜାଇ ରାଷ୍ଟ୍ରପତିକୁ ପ୍ରଦାନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com