ଅନ୍ୟାନ୍ୟ

ଭାଭା ସମ୍ଭାଳିବେ ଓଡ଼ିଆ ପୁଅ ଅଜିତ

 ଭୁବନେଶ୍ୱର, ୩୦/ ୦୪/ ୨୦୨୩ –   ଜାତୀୟ ସ୍ତରରେ ଆଉ ଜଣେ ଓଡିଆ ପୁଅଙ୍କୁ ମିଳିଲା ଗୁରୁଦାୟିତ୍ୱ । ଡକ୍ଟର ଅଜିତ କୁମାର ମହାନ୍ତି ହେଲେ ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ । ଏଥିସହ ଆଟୋମିକ୍ ଏନର୍ଜି ବିଭାଗର ସଚିବ ଦାୟିତ୍ୱରେ ମଧ୍ୟ ରହିବେ ଅଜିତ । ଏହି ନିଯୁକ୍ତିକୁ ଅନୁମୋଦନ ଦେଇଛି କେନ୍ଦ୍ର କ୍ୟାବିନେଟ । ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।

ବର୍ତ୍ତମାନ ସେ ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି । ୧୩ ତମ ନିର୍ଦ୍ଦେଶକ ଭାବେ ୨୦୧୯ ମାର୍ଚ୍ଚ ୧୨ତାରିଖରୁ ସେ ଏହି ପଦବୀ ସମ୍ଭାଳୁଛନ୍ତି । ଅଜିତ ୧୯୫୯ରେ ଜନ୍ମ ଗ୍ରହଣ କରିଥିଲାବେଳେ ୧୯୭୯ରେ ବାରିପଦା ଏମ.ପି.ସି କଲେଜରୁ ପଦାର୍ଥ ବିଜ୍ଞାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେହିପରି ୧୯୮୧ରେ କଟକ ରେଭେନ୍ସା କଲେଜରୁ ସେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ ।

୧୯୮୩ରେ ନ୍ୟୁକ୍ଲିୟର ଫିଜିକ୍ସ ଡିଭିଜନରେ ଯୋଗ ଦେଇଥିଲେ ଅଜିତ । ଭାରତୀୟ ଫିଜିକ୍ସ ସୋସାଇଟି ପକ୍ଷରୁ ୧୯୮୮ରେ ସେ ଯୁବ ପଦାର୍ଥ ବିଜ୍ଞାନୀ ପୁରସ୍କାର ଏବଂ ୧୯୯୧ରେ ସେ ଜାତୀୟ ବିଜ୍ଞାନ ବିଜ୍ଞାନ ଏକାଡେମୀ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com