ଅନ୍ୟାନ୍ୟ

ଦାଉଦ ସହଯୋଗୀଙ୍କ ଆଡ୍ଡାରେ NIAର ରେଡ୍

(ମୁମ୍ୱାଇ) ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିର ବିଭିନ୍ନ ସହଯୋଗୀଙ୍କ ଆଡ୍ଡା ଉପରେ ଚଢ଼ାଉ କରିଛି । ମହାଜନୀ କାରବାରରେ ସମ୍ପୃକ୍ତି ନେଇ ଚଢ଼ାଉ ହୋଇଛି ।

ନାଗପଡା, ଗୋରେଗାଓଁ, ବୋରିଭାଲୀ, ସାଣ୍ଟାକ୍ରୁଜ୍, ମୁମ୍ୱାଇ, ଭିଣ୍ଡି ବଜାର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢାଉ କରାଯାଇଛି । ଏହି ଚଢ଼ାଉ ସମ୍ପର୍କରେ ସୂଚନା ଦେଇ ଏନଆଇ କହିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମଙ୍କ ସହଯୋଗୀଙ୍କ ଆଡ୍ଡାରେ ଏନଆଇଏ ରେଡ୍ କରିଛି । ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ଦାଉଦଙ୍କ ସହ ଅନେକ ହାୱାଲା ଅପରେଟର ଏବଂ ଡ୍ରଗ୍ ବେପାରୀ ସମ୍ପୃକ୍ତ । ଏଜେନ୍ସି ପକ୍ଷରୁ ଛୋଟା ସକିଲର ଜଣେ ସହଯୋଗୀଙ୍କୁ ଅଟକ ରଖାଯିବା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।

ବହୁ ମହାଜନୀ ଏବଂ ଡ୍ରଗ୍ସ କାରବାରରେ ଦାଉଦ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଏନଆଇଏ । ଚଳିତ ବର୍ଷ ଫେବ୍ରୁଆରୀରେ ଆତଙ୍କବାଦୀ କାର୍ଯ୍ୟକଳାପ, ସଂଗଠିତ ଅପରାଧ ତଥା ଭାରତରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡି-କମ୍ପାନୀର ଶୀର୍ଷ ନେତୃତ୍ୱ ତଥା ଅପରେଟରଙ୍କ ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଏକ ମାମଲା ରୁଜୁ କରିଥିଲା । ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପାକିସ୍ତାନର କରାଚିରେ ଥିବା ଡନ୍ ଦାଉଡ୍ ଇବ୍ରାହିମ୍ ଦ୍ୱାରା ପରିଚାଳିତ ଅଣ୍ଡରୱାର୍ଲ୍ଡ ନେଟୱାର୍କର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅପରାଧିକ ତଥା ଆତଙ୍କବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ଗତିବିଧି ଉପରେ ଏନଆଇଏ ତଦାରଖ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com