ଅନ୍ୟାନ୍ୟ

ହିନ୍ଦୀ ଭାଷାରେ ମୁକ୍ତିଲାଭ କଲା ଓଡ଼ିଆ ସିନେମା ‘ଦମନ’

ଭୁବନେଶ୍ୱର, ୦୩/୦୨/୨୦୨୩ –  ଦେଶର ୫ ଶହ ପ୍ରେକ୍ଷାଳୟରେ ହିନ୍ଦୀ ଭାଷାରେ  ମୁକ୍ତିଲାଭ କରିଛି ଓଡ଼ିଆ ସିନେମା ‘ଦମନ’ । ବକ୍ସ ଅଫିସରେ ଶାହରୁଖ ଖାନଙ୍କ ପଠାନକୁ ଟକ୍କର ଦେବ ‘ଦମନ’ । ଶୁକ୍ରବାର ମୁମ୍ବାଇର PVR ହଲରେ ଏହି ଫିଲ୍ମର ପ୍ରିମିୟର ସୋ ହୋଇଛି ।

୨୦୨୨ ନଭେମ୍ବର ୪ରେ ରାଜ୍ୟର ୪୩ଟି ହଲରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଏଥିରେ ମୁଖ୍ୟ ଅଭିନେତା ବାବୁସାନ ମହାନ୍ତି, ଦୀପନ୍ୱିତ ଦାସମହାପାତ୍ରଙ୍କ ସହ ଫିଲ୍ମର ନିର୍ଦ୍ଦେଶକ, ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଜଣେ ଯୁବ ଡାକ୍ତରଙ୍କ କାହାଣୀକୁ ନେଇ ପରଦାକୁ ଆସିଥିଲା ’ଦମନ’ । କେବଳ ଓଡ଼ିଶାରେ ନୁହେଁ ଦେଶର ୬ଟି ପ୍ରମୁଖ ସହରରେ ମଧ୍ୟ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଦିନକୁ ଦିନ ଏହି ଫିଲ୍ମର ଲୋକପ୍ରିୟତା ବଢ଼ିବା ପରେ ଏହାକୁ ସର୍ବ ଭାରତୀୟ ସ୍ତରରେ ରିଲିଜ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ପ୍ରଯୋଜନ ସଂସ୍ଥା ।

ଜେପି ମୋସନ ପିକଚର୍ସ ଓ ମେଣ୍ଟସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର୍ଯ୍ୟ । ତେବେ ଦମନକୁ ହିନ୍ଦୀ ଭାଷାରେ ନିର୍ମାଣ କରିଛି ପାନୋରମା ଷ୍ଟୁଡିଓ ।

୨୦୨୨ରେ ନିର୍ମାଣ ହୋଇଥିବା ସମସ୍ତ ଫିଲ୍ମ ମଧ୍ୟରୁ ‘ଦମନ’ ଥିଲା ସବୁଠାରୁ ଚର୍ଚ୍ଚିତ । ‘ଦମନ’ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ IMDB ରେଟିଂରେ ୯.୭ ପଏଣ୍ଟ ପାଇଥିଲା । ଯାହା ବହୁ ଚର୍ଚ୍ଚିତ RRR ଓ KGF-2କୁ ପଛରେ ପକାଇ ଦେଇଥିଲା । ଏଥିସହିତ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି ଦମନ ।

Related Articles

Back to top button
WP Twitter Auto Publish Powered By : XYZScripts.com