ଅନ୍ୟାନ୍ୟ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ମହିଳା ମୃତ

ବ୍ରହ୍ମପୁର, ୨୫/୧୧/୨୦୨୨-   ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକ ନିକଟ ବ୍ରାହ୍ମଣ ଶାସନ ଗ୍ରାମ ନୁଆଁବନ୍ଧ ନିକଟରେ ଦୁଈ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ବେଳେ ଜଣେ ମହିଳା ମୃତ,୨ ଜଣ ଆହତ ହୋଇଛନ୍ତି । ପ୍ରକାଶ ଥାଉକି ଗୁରୁବାର ସନ୍ଧ୍ୟା ୫ଟା ସମୟରେ ଶେରଗଡ଼ ବ୍ଲକ ନିକଟ ଧନନ୍ତ୍ୱରୀ ଗ୍ରାମର ଶୁକଜେନ ସେଠୀ ବ୍ରହ୍ମପୁର ପଟକୁ ମୋଟର ସାଇକେଲରେ ନିଜ ସ୍ତ୍ରୀ ରଶ୍ମିତା ସେଠୀ (୩୪) ଓ ପୁଅ ପତିତ ସେଠୀ (୮) ଯାଉଥିଲା ବେଳେ ବ୍ରହ୍ମପୁର ପଟରୁ ଆସୁଥିବା ଏକ ବାଇକ ମଧ୍ୟରେ ଧକ୍କା ହୋଇଥିଲା । ଯାହା ଫଳରେ ରାସ୍ତା କଡରେ ସମସ୍ତେ ଛିଟିକି ପଡ଼ିଥିଲେ ।

ରଶ୍ମିତା ସେଠୀଙ୍କୁ ଜୋରରେ ଆଘାତ ଲାଗିଥିଲା ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା । ଅନ୍ୟ ପୁତ୍ର ପତିତ ଓ ଶୁକ ଆହାତ ହୋଇଥିଲେ । ତାଙ୍କୁ ପ୍ରଥମେ ଭାଟକୁମରଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ୧୦୮ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ବାଇକ ଚାଳକ ଧକ୍କା ଦେବା ପରେ ସେଠାରୁ ଫେରାର ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଆଇ ଆଇସି ଓ ଷ୍ଟାଫ ପହଞ୍ଚି ତଦନ୍ତ କରି ଶବକୁ ବ୍ୟବଛେଦ ନିମନ୍ତେ ପଠାଇ ଥାନାରେ କେଶ ନଂ ୭୧୯/୨୨ରେ ରୁଜୁ କରାଯାଇଛି ବୋଲି ଥାନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com