ଅନ୍ୟାନ୍ୟ

ହତ୍ୟା ପରେ ୩୧ ଖଣ୍ଡ

ବିବାହ କରିବାକୁ ସ୍ବପ୍ନ ଦେଖିଥିବା ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀ ମିଶି ମଧ୍ୟରାତ୍ରିରେ ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି ଜଙ୍ଗଲରେ ମାଟି ଖୋଳି ପୋତିଦେଇଥିବା ଅଭିଯୋଗ ହୋଇଛି।

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଖବରକୁ ନେଇ ଚର୍ଚ୍ଚା ହେଉଛି। ମୃତ ଯୁବତୀ ହେଲେ ତିଲାବାଈ ଗଣ୍ଡ । ପୁଲିସ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com