ଅନ୍ୟାନ୍ୟ

ଜିଲ୍ଲା ମାନ୍ୟତା ଦାବିରେ ୬ ଘଣ୍ଟିଆ ବଣେଇ ବନ୍ଦ ଡାକରା

ଭୁବନେଶ୍ୱର, ୦୨/୧୨/୨୦୨୨-  ବଣେଇକୁ ଜିଲ୍ଲା ମାନ୍ୟତା ଦାବିରେ ୬ ଘଣ୍ଟିଆ ବନ୍ଦ ଡାକରା । ଏହି ବନ୍ଦ ଡାକରା ଦେଇଛି ବଣାଇ କ୍ରିୟାନୁଷ୍ଠାନ କମିଟି । କେବଳ ଜରୁରୀ କାଳୀନ ସେବାକୁ ଛାଡ଼ି ଏହାର ପ୍ରଭାବରେ ସମସ୍ତ ସରକାରୀ ଅଫିସ, ଦୋକାନ ବଜାର ବନ୍ଦ ରହିଥିଲା । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡରେ ବଣାଇ, ଗୁରୁଣ୍ଡିଆ, ଲହୁଣୀ ପଡା ଏବଂ କୋଇଡା ପରି ଅଞ୍ଚଳ ଅନ୍ତର୍ଭୁକ୍ତ । କୋଇଡାରେ ୧୭ଟି ଲୁହା ଖଣି ସହିତ ମାଙ୍ଗାନିଜ ଖଣି, ଏବଂ ଛୋଟ ବଡ଼ ୧୫ରୁ ଉର୍ଦ୍ଧ୍ୱ ସ୍ପଞ୍ଜ କାରଖାନା ରହିଛି । ଏହି ଅଞ୍ଚଳରୁ ସରକାର ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ବଣାଇକୁ ଜିଲ୍ଲା ମାନ୍ୟତା ନେଇ ଆଜକୁ ଦୀର୍ଘ ବର୍ଷ ହେଲା ଦାବି ହୋଇ ଆସୁଛି । ହେଲେ ସରକାର ଶୁଣୁନାହାନ୍ତି । ତେଣୁ ଏହି ବନ୍ଦ ଡାକରା ଦିଆ ଯାଇଥିଲା । ଏଥିଯୋଗୁଁ ଦୁଇ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com