ଅନ୍ୟାନ୍ୟ

ତୁର୍କୀ ଏବଂ ସିରିଆରେ ଜାରି ରହିଛି ଉଦ୍ଧ।ରକାର୍ଯ୍ୟ, ମୃତ୍ୟୁ ସଂଖ୍ୟା ୧୫,୦୦୦ ପାର୍

ତୁର୍କୀ ଏବଂ ସିରିଆରେ ଫେବୃଆରୀ ୬ ରେ ହୋଇଥିବା ଭୂକମ୍ପ ମୃତ୍ୟୁର ତାଣ୍ଡବ ରଚିଛି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଉଭୟ ଦେଶରେ ମୃତ୍ୟୁସଂଖ୍ୟା ୧୫,୦୦୦ ଅତିକ୍ରମ କରିଛି । ଏଥିସହ ଆହତଙ୍କ ସଂଖ୍ୟା ୬୦ ହଜାରରୁ ଅଧିକ ରହିଛି । ଏହା ବ୍ୟତୀତ ହଜାର ହଜାର କୋଠା ଭୂମିରେ ପୋତି ହୋଇଯିବାରୁ ଏବେ ବି ଅନେକ ଲୋକ ତା’ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି ।

ତୁର୍କୀରେ ୧୨,୩୯୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୨,୯୧୪ ଜଣ ଆହତ ହୋଇଥିବା କୁହାଯାଉଛି । ଏଥି ସହିତ ସିରିଆରେ ମୃତ୍ୟୁସଂଖ୍ୟା ୩,୪୮୬ କୁ ବୃଦ୍ଧି ପାଇଥିବାବେଳେ ଏଠାରେ ଆହତଙ୍କ ସଂଖ୍ୟା ୫,୨୪୭ ବୋଲି କୁହାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com