ଅନ୍ୟାନ୍ୟ

ବିହାରରେ ଲାଗୁ ହେଲା ୭୫ପ୍ରତିଶତ ସଂରକ୍ଷଣ । ନୀତୀଶ କୁମାର ଜାରି କଲେ ନୋଟିଫିକେସନ ।

ବିହାରରେ ଲାଗୁ ହେଲା ସଂରକ୍ଷଣ ବୃଦ୍ଧି ଆଇନ । ରାଜ୍ୟପାଳଙ୍କ ମଞ୍ଜୁରୀ ପରେ ଜାରି ହେଲା ଗେଜେଟ । ଏଣିକି ୭୫ପ୍ରତିଶତ ସଂରକ୍ଷଣର ଲାଭ ପାଇବେ ବିହାରବାସୀ । ଅର୍ଥାତ ବର୍ତ୍ତମାନ ଠାରୁ ଅନୁସୂଚିତ ଜାତି / ଜନଜାତି, ଇବିସି ଏବଂ ଓବିସି କୁ ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ।

ସବୁ ସରାକାରୀ ଚାକିରି ଏବଂ ସବୁ ନାମାଙ୍କନ ପ୍ରକ୍ରିୟାରେ ସଂରକ୍ଷଣ ବର୍ଗର ଲୋକଙ୍କୁ ୬୫ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସହ ସମୁଦାୟ ୭୫ ପ୍ରତିଶତ ସଂରକ୍ଷଣ ଦିଆଯିବ ।

ନୂଆ ସଂରକ୍ଷଣ ନୀତି ଅନୁଯାୟୀ, ଅନୁସୂଚିତ ଜାତି ପାଇଁ ବର୍ତ୍ତମାନ ୧୬% ବଦଳରେ ୨୦%, ଅନୁସୂଚିତ ଜନଜାତିଙ୍କ ପାଇଁ ୧% ବଦଳରେ ୨%, ପଛୁଆ ବର୍ଗଙ୍କ ପାଇଁ ୧୨% ବଦଳରେ ୧୮% ଏବଂ ଅତି ପଛୁଆ ବର୍ଗଙ୍କ ପାଇଁ ୧୮ ପ୍ରତିଶତ ବଦଳରେ ୨୫% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ଆର୍ଥିକ ଭାବରେ ଦୁର୍ବଳ ବର୍ଗଙ୍କୁ ପୂର୍ବରୁ ଭଳି ୧୦ ପ୍ରତିଶତ ସଂରକ୍ଷଣ ମିଳିବ। ମଙ୍ଗଳବାର ଠାରୁ ଏହା କାର୍ୟ୍ୟକାରୀ କରାଯାଇଛି ।

ଏଠାରେ କହିରଖୁଛୁ ଯେ, ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସଂରକ୍ଷଣ ସଂଶୋଧନ ବିଧେୟକ ୨୦୨୩ ଉପସ୍ଥାପନ କରିଥିଲେ ବିହାର ସରକାର । ନଭେମ୍ବର ୯ରେ ଏହା ଉଭୟ ଗୃହ ଦ୍ୱାରା ପାସ ହୋଇଥିଲା। ସଂରକ୍ଷଣର ପରିସରକୁ ୭୫ ପ୍ରତିଶତକୁ ବୃଦ୍ଧି କରିବାର ବ୍ୟବସ୍ଥା ଥିଲା। ଯାହାର ନୋଟିଫିକେଶନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

Related Articles

Back to top button
WP Twitter Auto Publish Powered By : XYZScripts.com