ଅନ୍ୟାନ୍ୟ

ପୋଲିସ ଷ୍ଟେସନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତ ପରି ବ୍ୟବହାର କରିବା ଅନୁଚିତ

ଭୁବନେଶ୍ୱର, ୦୭/୦୨/୨୦୨୩ –    ପୋଲିସ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅଭିଯୁକ୍ତଙ୍କ ପରି ବ୍ୟବହାର କରାଯିବା ଅନୁଚିତ । ଏଥିସହିତ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀ କର୍ତ୍ତବ୍ୟରେ ଅବହେଳା କଲେ ବର୍ତ୍ତିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

୨୦୨୧ରେ ନୋଏଡ଼ାରେ ହୋଇଥିବା ଏକ ହେଟ୍ ସ୍ପିଚ ମାମଲାର ଶୁଣାଣି କରିବା ଅବସରରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ ପଚାରିଥିଲେ । ଏହି ମାମଲା ୨୦୨୧ ମସିହା ଜୁଲାଇରେ ଘଟିଥିବା ବେଳେ ୨୦୨୩ ମସିହା ଜାନୁଆରୀରେ କାହିଁକି ମାମଲା ଦାୟର ହୋଇଥିଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ଏଥିସହିତ ଏହି ମାମଲାରେ ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେବା ସହିତ ଆଫିଡେଭିଡ୍ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ ।

ସେହିପରି ପୋଲିସ ଉପରେ ଲାଗିଥିବା ନିଷ୍କ୍ରିୟତା ଅଭିଯୋଗକୁ ନେଇ କୋର୍ଟ କହିଥିଲେ, ଏପରି ଅଧିକାରୀ ନିଜର କର୍ତ୍ତବ୍ୟରେ ଅବହେଳା କରି ବର୍ତ୍ତିପାରିବେ ନାହିଁ । ଆମକୁ ଏକ ଉଦାହରଣ ପ୍ରତିଷ୍ଠା କରିବା ଦରକାର । ଫଳରେ ଆମେ ବିକଶିତ ଦେଶଗୁଡ଼ିକର ସମକକ୍ଷ ହୋଇପାରିବା ।

Related Articles

Back to top button
WP Twitter Auto Publish Powered By : XYZScripts.com