ଅନ୍ୟାନ୍ୟ

ତନ୍ମୟକୁ ଉଦ୍ଧାର ପାଇଁ ଅପରେସନ୍ ଜିନ୍ଦେଗୀ

ଭୋପାଲ,୦୭ /୧୨ /୨୦୨୨-  ବୋରଓ୍ବେଲରେ ଫଶିଛି କଅଁଳ ଶିଶୁର ଜୀବନ । ଶିଶୁ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡଭୀ ଅଞ୍ଚଳର ୮ ବର୍ଷର ବାଳକ ତନ୍ମୟ । ମଙ୍ଗଳବାର ସନ୍ଧ୍ୟାରେ ଖେଳୁଥିବା ବେଳେ ସେ ବୋରଓ୍ବେଲ ମଧ୍ୟକୁ ଖସି ପଡ଼ିଥିଲା ।  ୧୨ ଘଣ୍ଟା ଧରି ଚାଲିଛି ଉଦ୍ଧାର କାର୍ଯ୍ୟ । ଏହି ବୋରଓ୍ବେଲର ଗଭୀରତା ୪ଶହ ଫୁଟ ହୋଇଥିବା ବେଳେ ପ୍ରାୟ ୫୫ ଫୁଟ ଭିତରେ ତନ୍ମୟ ଅଟକି ରହିଥିବା ଜଣା ପଡିଛି ।NDRF ଓ SDRF ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛନ୍ତି ।

ତନ୍ମୟକୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛି । ଘଟଣା ସ୍ଥଳରେ ଜିଲ୍ଲାପାଳ, ଏସପି ଓ ଭୋପାଲ ଚିଫ୍ ମେଡିକାଲ ଅଫିସର ପ୍ରମୁଖ ଉପସ୍ଥିତ ରହିଛନ୍ତି । ଗାତ ମଧ୍ୟରେ ତାର ମୁଣ୍ଡ ତଳକୁ ରହିଥିବା ଜଣା ପଡିଛି । ତନ୍ମୟକୁ ପାଇପ ଯୋଗେ ଅମ୍ଳଜାନ ଦିଆଯାଉଛି । ବୋରୱେଲର ସମାନ୍ତରାଳରେ ଗାତ ଖୋଲି ତନ୍ମୟ ପାଖରେ ପହଂଚିବାକୁ ଉଦ୍ୟମ କରାଯାଉଛି । ଗତକାଲି ତା ବାପାଙ୍କ ସହ ସେ କଥାବାର୍ତା କରୁଥିବା ବେଳେ ଆଜି କୌଣସି ପ୍ରତିକ୍ରିୟା ଦେଉ ନାହିଁ । ତେଣୁ ତନ୍ମୟ ଅଚେତ ହୋଇ ପଡିଥିବା ଅନୁମାନ କରାଯାଉଛି । ସେପଟେ ବଡ ବଡ ପଥର ଯୋଗୁଁ ଉଦ୍ଧାର କାର୍ଯ୍ୟବିଳମ୍ବ ହେଉଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com