ଅନ୍ୟାନ୍ୟ

ପାକିସ୍ତାନ ପେଶୱାର ମସଜିଦରେ ଆତ୍ମଘାତୀ ଆକ୍ରମଣ ଘଟଣା, ମୃତ୍ୟୁସଂଖ୍ୟା ୯୦ କୁ ବୃଦ୍ଧି

ଭୁବନେଶ୍ୱର: ସୋମବାର ଦିନ ପାକିସ୍ତାନର ପେଶୱାରର ଏକ ମସଜିଦରେ ପ୍ରାର୍ଥନା ସମୟରେ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ମଙ୍ଗଳବାର ଦିନ ୯୦ କୁ ବୃଦ୍ଧି ପାଇଛି। ରେଡିଓ ପାକିସ୍ତାନ ମଙ୍ଗଳବାର ଦିନ ଏକ ରିପୋର୍ଟରେ କହିଛି ଯେ ପେଶୱାର ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯୦ କୁ ବୃଦ୍ଧି ପାଇଛି ଏବଂ ଆବର୍ଜନା ସଫା କରିବା କାର୍ଯ୍ୟ ଜାରି ରହିଛି। ମଙ୍ଗଳବାର ଦିନ ରେଡିଓ ପାକିସ୍ଥାନ ଏକ ରିପୋର୍ଟରେ କହିଛି।

ପେଶୱାର ପୋଲିସ କଣ୍ଟ୍ରୋଲ ରୁମ ଅନୁଯାୟୀ ୨୦୦ ରୁ ଅଧିକ ଆହତଙ୍କୁ ଲେଡି ରିଡିଂ ହସ୍ପିଟାଲକୁ ନିଆଯାଇଥିଲା, ସେଥିମଧ୍ୟରୁ ପ୍ରାୟ ୧୦୦ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଅନ୍ୟମାନଙ୍କୁ ଡିସଚାର୍ଜ କରାଯାଇଛି।

ଏହି ଆକ୍ରମଣର ଦାୟିତ୍ୱ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଗ୍ରହଣ କରିଛି। ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ଆକ୍ରମଣକାରୀ ବିସ୍ଫୋରଣ କଲାବେଳେ ଅପରାହ୍ନ ପ୍ରାର୍ଥନା ସମୟରେ ଆଗ ଧାଡ଼ିରେ ଥିଲେ। ଏହି ବିସ୍ଫୋରଣରେ ମସଜିଦର ଇମାମ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

ଟିଟିପି ପାକିସ୍ତାନ ସରକାରଙ୍କ ସହ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଏବଂ ଆତଙ୍କବାଦୀଙ୍କୁ ସାରା ଦେଶରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛି।

୨୦୦୯ ରେ ସେନା ମୁଖ୍ୟାଳୟ, ସାମରିକ ବେସ ଏବଂ ୨୦୦୮ ମ୍ୟାରିଅଟ୍ ହୋଟେଲ ବିସ୍ଫୋରଣ ଭଳି ଟିଟିପି ଅନେକ ମାରାତ୍ମକ ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ସଂଗଠନ ଅଲ କାଏଦାର ନିକଟବର୍ତ୍ତୀ ବୋଲି କୁହାଯାଉଛି।

ଏହି ଆକ୍ରମଣକୁ ପାକିସ୍ତାନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିନ୍ଦା କରିଛନ୍ତି। ଏହି ଆକ୍ରମଣକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଗତ ବର୍ଷ ସହରର କୋଚା ରିସାଲଦାର ଅଞ୍ଚଳରେ ଥିବା ଏକ ଶିଆ ମସଜିଦ ଉପରେ ହୋଇଥିବା ଆକ୍ରମଣରେ ପ୍ରାୟ୬୩ ଜଣ ପ୍ରାଣ ହରାଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com