ଅନ୍ୟାନ୍ୟ

ସୁନ୍ଦରବନରେ ବାଘ ଆକ୍ରମଣରେ ଜଣେ ମୃତ

ଭୁବନେଶ୍ୱର, ୨୪/୦୧/୨୦୨୩ –   ସୁନ୍ଦରବନରେ ବାଘ ଆକ୍ରମଣରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ ବାସୁଦେବ ବୈଦ୍ୟ । ଡଙ୍ଗା ଭର୍ତ୍ତି କରି କଙ୍କଡା ନେଇ ଫେରୁଥିବା ବେଳେ ହଠାତ୍ ଜଙ୍ଗଲରୁ ଗୋଟିଏ ବାଘ ଆସି ତାଙ୍କୁ ଝାମ୍ପି ନେଇଥିଲା । ସାଙ୍ଗରେ ଥିବା ଦୁଇଜଣ ବ୍ୟକ୍ତି ବାଡ଼ି ଧରି ବାଘର ପିଛା କରିଥିବା ବେଳେ କିଛି ଦୂରରେ ବାସୁଦେବର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ସୁନ୍ଦରବନ ଜଙ୍ଗଲ ବିଭାଗ ସହ ବହୁ NGO ସଂସ୍ଥା ସୁନ୍ଦରବନ ନ ଯିବା ପାଇଁ ପରାମର୍ଶ ଦିଅନ୍ତି । ହେଲେ ତାଙ୍କ କଥା କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ସ୍ଥିତ କୁଲତଳି ବ୍ଲକ୍ ଦେଉଳ ବାଡ଼ିର ତିନି ଜଣ ଲୋକ ସୁନ୍ଦରବନର ରିଜର୍ଭ ଫରେଷ୍ଟ ଅଞ୍ଚଳରେ ୪ ଦିନ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com