ଅନ୍ୟାନ୍ୟ

ଆତଙ୍କୀକୁ ଗୁଳି କରି ହତ୍ୟା: କନ୍ଧାର ପ୍ଲେନ ହାଇଜ୍ୟାକ କରିବାରେ ମୃତକ ଜହୁରର ଥିଲା ହାତ

କରାଚୀ: କନ୍ଧାର ପ୍ଲେନ ହାଇଜ୍ୟାକରେ ସାମିଲ ଥିବା ଆତଙ୍କୀ ଜହୁର ମିସ୍ତ୍ରୀକୁ ଗୁଳି କରି ହତ୍ୟା । ବେଶ ବଦଳାଇ ଜହୁର ଏକ ବେପାରୀ ରୂପରେ କରାଚୀରେ ରହୁଥିବା ଖବର ମିଳିଥିଲା । ୧୯୯୯ ମସିହା ଏୟାର ଇଣ୍ଡିଆର ବିମାନ ଆଇସି-୮୧୪ ଅପହରଣରେ ସାମିଲ ଥିଲା ଆତଙ୍କୀ ଜହୁର ମିସ୍ତ୍ରୀ । କରାଚୀର କ୍ରିସଣ୍ଟ ଫର୍ଣ୍ଣିଚରର ମାଲିକ ଥିଲା ଜହୁର । ତେବେ କେବଳ ଜହୁର ନୁହେଁ ଅନେକ ଆତଙ୍କବାଦୀ ପାକିସ୍ତାନର ବିଭିନ୍ନ ଇଲାକାରେ ଶରଣ ନେଇଥିବା ଜଣାଯାଇଛି । ନକଲି ପରିଚୟ ସହିତ କରାଚୀରେ ରହୁଥିଲା ଜହୁର ମିସ୍ତ୍ରୀ ।
ଆତଙ୍କୀ ଜହୁର ହତ୍ୟା ପରେ ପାକିସ୍ତାନରେ ଜେଶ-ଏ-ମହମ୍ମଦର ୫ ଜଣ ଅପହରଣକାରୀଙ୍କ ମଧ୍ୟରୁ ଇବ୍ରାହିମ ଅଜହର ସମେତ ଆଉ ମାତ୍ର ୨ ଜଣ ଜୀବିତ ରହିଛନ୍ତି । ୧୯୯୯ ମସିହାରେ ୨୫ ବର୍ଷୀୟ ଋପିନ କାତ୍ୟାଲଙ୍କୁ ନିର୍ମମ ଭାବେ ହତ୍ୟା କରି ଥିଲେ ଜେଶ-ଏ-ମହମ୍ମଦର ଆତଙ୍କୀ । ଇଣ୍ଡିଆନ ଏୟାରଲାଇନ୍ସର ଆଇସି-୮୧୪ ବିମାନକୁ ଅପହରଣ କରି ଆଫଗାନିସ୍ତାନର କନ୍ଧାରକୁ ନେଇ ଯାଇଥିଲେ । ଏହାପରେ ଏହି ବିମାନରୁ ଋପିନଙ୍କ ମରଶରୀର ଉଦ୍ଦାର କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com