ଅନ୍ୟାନ୍ୟ

ଅନଲାଇନ ସପିଂ କରୁଥିଲେ ସାବଧାନ ! ଲିଙ୍କରେ କ୍ଲିକ କରୁ କରୁ କଟିଗଲା ୧୯ ହଜାର ଟଙ୍କା

ଭୁବନେଶ୍ୱର: ୪୦୦ ଟଙ୍କା ଫେରସ୍ତ କରିବା ନା ରେ ଲୁଟିନେଲେ ୧୯ ହଜାର ଟଙ୍କା । ଏଭଳି ଏକ ସାଇବର ଲୁଟ ଘଟଣା ସାମ୍ନାକୁ ଆସିଛି କଟକରୁ । ଅନଲାଇନରେ ସପିଂ କରୁଥିବା ଯୁବତୀଙ୍କୁ ଟାର୍ଗଟ କରିଛନ୍ତି ସାଇବର ଲୁଟେରା ।

କଟକ ଚାଉଳିଆଗଞ୍ଜ ଥାନା ନୂଆବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ ନଥିବା ସମୟରେ ତାଙ୍କ ମା’ ୪୦୦ ଟଙ୍କା ଦେଇ ଡ଼ଲିଭରୀ ବଏ ଠାରୁ ଅର୍ଡରକୁ ରିସିଭ କରିଥିଲେ । ନାବାଳିକା ଜଣକ ଘରକୁ ଆସି ଦେଖନ୍ତି ତ ତା ଭିତରେ କିଛି ପୁରୁଣା କପଡ଼ା ବାହାରିଥିଲା । ଯାହାକି ସେ ଅର୍ଡର କରିନଥିଲେ । ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବରରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ ନାବାଳିକା ଜଣକ। ଏହାପରେ ସାଇବର ଲୁଟେରା ତାଙ୍କୁ ଟଙ୍କା ଫେରସ୍ତ ପାଇଁ ଫୋନ-ପେ ନମ୍ବର ମାଗିଥିଲେ। ନାବାଳିକାଙ୍କର ଫୋନ-ପେ ନମ୍ବର ନାହିଁ କହି ଡେଲିଭରି ବଏକୁ ପଡ଼ୋଶୀଙ୍କର ଫୋନ-ପେ ନମ୍ବର ଦେଇଥିଲେ । ଲୁଟେରା ଜଣକ ଉକ୍ତ ନମ୍ବରକୁ ଏକ ଲିଙ୍କ ପଠେଇଥିଲେ ଏବଂ ସେ ଲିଙ୍କ ଟିକୁ କ୍ଲିକ କରିବା ପାଇଁ କହିଥିଲେ । ପଡ଼ୋଶୀ ଜଣକ ସେଇ ଲିଙ୍କକୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଗାଏବ ହୋଇଯାଇଥିଲା । ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com