ଅନ୍ୟାନ୍ୟ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୭ ଚାଷୀ

ହାଇଦ୍ରାବାଦ,୩୦/୦୬/୨୨- ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଛନ୍ତି ୭ ଚାଷୀ । ଏକ ଅଟୋରେ ଯିବା ବେଳେ ଏହା ଉପରେ ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ପଡ଼ି ଯାଇଥିଲା । ଫଳରେ ସଙ୍ଗେ ସଙ୍ଗେ ଅଟୋଟି ଜଳିଯାଇଥିଲା । ଅଟୋରେ ଥିବା ୭ ଜଣ ଚାଷୀ ପ୍ରାଣ ହରାଇଛନ୍ତି । ତେବେ କୌଣସି ମତେ ଅଟୋ ଚାଳକ ବର୍ତ୍ତି ଯାଇଛନ୍ତି । ସେହିପରି ଜଣେ ମହିଳା ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରିଛି । ତେବେ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା, ସେନେଇ ଅଧିକ ତଦନ୍ତ କରିବା ସହ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com