ଅନ୍ୟାନ୍ୟ

ବିଶ୍ଵକୁ ଖୁବଶୀଘ୍ର ମିଳିପାରେ ଏଚଆଇଭି ଟିକା

ଭୁବନେଶ୍ୱର,୦୬/୧୨/୨୦୨୨-  ବିଶ୍ଵକୁ ଖୁବଶୀଘ୍ର ମିଳିବାକୁ ଯାଉଛି ଏଚଆଇଭି ଟିକା ।  ସୁସ୍ଥ ହେବେ ଏଚଆଇଭି ଏଡସ୍‌ରେ ଆକ୍ରାନ୍ତ ରୋଗୀ । ଏଚଆଇଭି ଭ୍ୟାକ୍ସନକୁ ନେଇ ବୈଜ୍ଞାନିକମାନେ କରିଥିବା କ୍ଲିନିକାଲ ଟ୍ରାଏଲରେ ସୁଫଳ ମିଳିଛି । ପରୀକ୍ଷାମୂଳକଭାବେ ପ୍ରସ୍ତୁତ ହୋଇଥିବା ଟିକାର ପରୀକ୍ଷଣ ଏବେ ୯୭ ପ୍ରତିଶତ ସଫଳ ହୋଇଥିବା ଜଣାପଡିଛି । ଟେକ୍ସସାସ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ଏକ ରିପୋର୍ଟରେ କୁହାଯାଇଛି କି ସଂକ୍ରମଣରେ ଶିକାର ହେଉଥିବା ରୋଗୀଙ୍କ ଶରୀରରୁ ରୋଗ ପ୍ରତିଷେଧକ ଦ୍ରୁତ ଗତିରେ ହାସ୍ର ପାଇଥାଏ । ବୈଜ୍ଞାନିକମାନେ ୩୬ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏଚଆଇଭି ଟିକାକୁ ପରୀକ୍ଷାମୂଳକ ଭାବେ ଟ୍ରାଏଲ କରିଥିଲେ । ଏଥିରେ ୩୫ଜଣଙ୍କ ଶରୀରରେ ରୋଗ ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାପଡ଼ିଛି । ତେବେ ଏହା ଏଚଆଇଭି ବିରୋଧରେ କେତେ ଫଳପ୍ରଦ ହେବ ତାହା ସ୍ପଷ୍ଟ ହୋଇନି । ଏହା ଉପରେ ଅଧିକ ଗବେଷଣା ଚାଲିଥିବାରୁ ଖୁବଶୀଘ୍ର ସଫଳତା ମିଳିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com