ଅନ୍ୟାନ୍ୟ

ଡାକ ବିଭାଗର ଅବହେଳା ଯୋଗୁଁ ନିଯୁକ୍ତି ହରାଇଲେ ଦିବ୍ୟାଙ୍ଗ ଯୁବକ

ବ୍ରହ୍ମପୁର ଅଫିସ ; ୦୪/୦୯ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ଶଙ୍କରଖାଳି ଗ୍ରାମର ସୁକାନ୍ତ କୁମାର ସାହୁ ନାମକ ଜଣେ ଶ୍ରବଣ ବାଧିତ ଦିବ୍ୟାଙ୍ଗ ଯୁବକ ଭାରତୀୟ ଡାକ ବିଭାଗର ଅବହେଳା ଯୋଗୁଁ କ୍ରୀଡା ଶିକ୍ଷକ ପଦବୀ ଭଳି ଏକ ନିଶ୍ଚିତ ନିଯୁକ୍ତି ହରାଇବାକୁ ବାଧ୍ୟ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ସୁକାନ୍ତ କ୍ରୀଡା ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ଥିଲେ ମଧ୍ୟ ତାଙ୍କର କେବଳ ଲିଖିତ ପରୀକ୍ଷାର ଆବଶ୍ୟକତା ରହିଥିଲା । ସେହି ପରୀକ୍ଷା ଗତ ଅଗଷ୍ଟ ୨୮ ତାରିଖ ଦିନ ଫୁଲବାଣୀ ମହିଳା ମହାବିଦ୍ୟାଳୟରେ କରାଯିବାକୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳଙ୍କ ଦପ୍ତରରୁ ପ୍ରବେଶ ପତ୍ର ସୁକାନ୍ତ ସାହୁଙ୍କ ନିକଟକୁ ଗତ ୧୭ ତାରିଖ ଦିନ ଡାକ ମାଧ୍ୟମରେ ପଠାଯାଇଥିଲା । ସେହି ଡାକ ମାତ୍ର ଦୁଇ ୧୯ ତାରିଖ ଦିନ ଖମାରିଗାଁ ଡାକ କାର୍ଯ୍ୟ।ଳୟରେ ପହଞ୍ଚି ଯାଇଥିଲେ ସୁଦ୍ଧା ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ୩୦ ତାରିଖ ଯାଏଁ ସୁକାନ୍ତଙ୍କ ନିକଟରେ ପହଞ୍ଚି ପାରିନଥିଲା । ଅନ୍ୟ ସାଙ୍ଗ ମାନଙ୍କ ଠାରୁ ପରୀକ୍ଷା ହୋଇ ସାରିଥିବା ସୂଚନା ପାଇବା ପରେ ସେ ଡାକ କାର୍ଯ୍ୟ।ଳୟ ଯାଇ ନିଜର ଡାକ ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ତାଙ୍କ ନିକଟକୁ ଆସିଥିବା ଚିଠି ଗ୍ରହଣ କରି ଟ୍ରାକିଂ କରିବା ପରେ ବିଭାଗୀୟ ଅବହେଳା ସ୍ପଷ୍ଟ ପ୍ରମାଣିତ ହୋଇଥିଲା । ଏପରିକି ସୁକାନ୍ତଙ୍କ ଲିଖିତ ପରୀକ୍ଷା ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ପୁନର୍ବିଚାର କରିବାକୁ ସୁକାନ୍ତଙ୍କ ଭାଇ ଶ୍ରୀକାନ୍ତ ଅନୁରୋଧ କରିବା ସହ ଡାକ ବିଭାଗର ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com