ଅନ୍ୟାନ୍ୟ

ଝାରସୁଗୁଡା ଉପନିର୍ବାଚନ : ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ଭୁବନେଶ୍ୱର, ୧୩ /୦୫/୨୦୨୩ –    ଆରମ୍ଭ ହୋଇଯାଇଛି ଝାରସୁଗୁଡା ଉପନିର୍ବାଚନ ଭୋଟ ଗଣତି । ଶନିବାର ସକାଳ ୮ ଟାରୁ ଭୋଟ ଗଣତି ଚାଲୁ ରହିଛି । ଭୋଟ ଗଣତି ଆରମ୍ଭ ହେବା ପରେ ଆଜି ପ୍ରଥମେ ଗୋଟିଏ କାଉଣ୍ଟିଂ ଟେବୁଲରେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଆରମ୍ଭ ହୋଇଥିଲା । ଏହାପରେ EVM ଖୋଲି ଯାଇ ଭୋଟ ଗଣତି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ଟି ରାଉଣ୍ଡ ଗଣିତି ଚାଲିଥିବା ବେଳେ ବିଜେଡି ୨୫, ୪୮୪ ଖଣ୍ଡ ଭୋଟରେ ବିଜେପି ଠାରୁ ଆଗରେ ରହିଛି ।

 

ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ୫୭, ୬୫୦ ଖଣ୍ଡ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୩୨, ୧୬୬ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୩, ୦୬୬ ଖଣ୍ଡ ପାଇଛନ୍ତି । ତେବେ ସବୁ ଦଳର ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଂ ସେଣ୍ଟରରେ ଉପସ୍ଥିତ ରହିବାର ସୁବିଧା କରାଯାଇଛି । ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି ।

ଲୋକମାନେ www.result.eci.gov.in କୁ ଲଗ୍ ଇନ କରି ରାଉଣ୍ଡଓ୍ବାରୀ ଫଳାଫଳ ଜାଣି ପାରିବେ । ସେପଟେ ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ମଇଦାନରେ ମୋଟ ୯ ଜଣ ପ୍ରାର୍ଥୀ ହୋଇଥିଲେ । ତେବେ ମୋଟ ୧୮ ରାଉଣ୍ଡ ଗଣତି କରାଯିବ । ଏହାପରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com