ଅନ୍ୟାନ୍ୟ

ଏନଏଚ୍ -୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ସଡକ ଦୁର୍ଘଟଣା; ୨ ଯୁବକ ମୃତ

ବ୍ରହ୍ମପୁର, ୨୬/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଏନଏଚ୍ – ୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ  ମୃତ୍ୟୁ ହୋଇଛି ।

ଶୁକ୍ରବାର ସକାଳ ୮ଟା ସମୟରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ ଓ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳର ସୁମନ୍ ଦାସ ଉଭୟେ କୌଣସି  କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ  ରାସ୍ତା ପାର୍ଶ୍ଵରେ ଥିବା ଏକ ଡିଭାଇଡରକୁ ଧକ୍କା ଦେଇଥଲେ । ଫଳରେ ଦୁଇ ଯୁବକ ରାସ୍ତା ମଝିକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘଟଣା ସ୍ଥଳରେ ହିଁ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଥିଲା ।

ଏହି ଦୁର୍ଘଟଣା ପରେ ଛତ୍ରପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com