ଅନ୍ୟାନ୍ୟ

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର, ୧୫/୧୧/୨୦୨୨-   ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ନିକଟ ଓମ ନଗର ଚନ୍ଦନ ନଗର ଫାଷ୍ଟ ଲାଇନ ସ୍ଥିତ ଏକ ଭଡାଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣଙ୍କ ଦୁଇ ଦିନ ତଳେ ଘର ଭିତରେ ଆତ୍ମହତ୍ୟା କରିଥିବା ବେଳେ ଖବରପାଇ ପୁଲିସ ଆଜି ତାଙ୍କ ଶବ ଉଦ୍ଧାର କରିବା ପରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାସ୍ଥଳରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ପ୍ରେମଜନିତ କାରଣରୁ ​ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ଯୁବତୀ ଜଣଙ୍କ ହେଲେ ଧରାକୋଟ ଗ୍ରାମର ଅଞ୍ଜଳି ବେହେରା(୨୪) ।

ମୃତ ଅଞ୍ଜଳୀ ଟାଟା ପାୱାର କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ଆଜିକୁ ୯ମାସ ହେବ ଓମ ନଗରରେ ଏକ ଭଡା ଘରେ ରହୁଥିଲେ ଆଜିକୁ ଦୁଇ ଦିନ ହେବ ଘରର ଭିତର ପଟୁ କବାଟ ବନ୍ଦ ରହିଥିବା ବେଳେ ସାହିପଡ଼ିଶା ଲୋକଙ୍କ ସନ୍ଦେହ ବଢିଥିଲା । ଏନେଇ ସେଠାକାର ଲୋକେ ଅଞ୍ଜଳୀଙ୍କ ଭାଇଙ୍କୁ ଖବର ଦେଇଥିଲେ । ତାଙ୍କ ଭାଇ ଭିକି ବେହେରା ଭଡା ଘର ନିକଟରେ ପହଞ୍ଚି କବାଟ ଖୋଲି ଦେଖିଲା ବେଳକୁ ଅଞ୍ଜଳୀ ଘର ଭିତରର ଫ୍ୟାନ ଚୁନି ବାନ୍ଧି ଝୁଲି ରହିଥିଲେ । ଏ ନେଇ ନେଇ ସେ ବଡବଜାର ପୁଲିସକୁ ଖବର ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com