ଅନ୍ୟାନ୍ୟ

ରାୟ ବିଳମ୍ବ ହେବାରୁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି

   ଭୁବନେଶ୍ୱର, ୧୦/୦୧/୨୦୨୩ –  ଦେଶର ନ୍ୟାୟ ବ୍ୟବସ୍ଥାରେ ଏକ ବିରଳ ଘଟଣା ଘଟିଛି । ଯାହା ଦେଶରେ ପ୍ରଥମ ଥର । ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇ ଏକ ମାମଲାର ରାୟ ଶୁଣାଇବାରେ ବିଳମ୍ବ କରିବାରୁ କ୍ଷମା ମାଗିଛନ୍ତି । ଜଷ୍ଟିସ ଗଭାଇ ଚଣ୍ଡିଗଡ ସମ୍ବନ୍ଧିତ ମାମଲାରେ ଫଇସଲା ଶୁଣାଇବାରେ ୨ମାସ ବିଳମ୍ବ କରିଥିଲେ । ଏହାକୁ ନେଇ ସେ ଅଦାଲତରେ କ୍ଷମା ମାଗିଛନ୍ତି । କେବଳ ଏତିକି ନୁହେଁ ସେ ବିଳମ୍ବର କାରଣ ମଧ୍ୟ ପକ୍ଷକାର ମାନଙ୍କୁ ଜଣାଇ ଦେଇଥିଲେ । ଜଷ୍ଟିସ ଗଭାଇ କହିଥିଲେ, ଆମକୁ ବିଭିନ୍ନ ଆଇନର ସମସ୍ତ ଦିଗକୁ ଅନୁଧ୍ୟାନ କରିବା ସହ ଘୋଷିତ ସମସ୍ତ ନିୟମ ଉପରେ ବିଚାର କରିବାର ଥିଲା । ଯାହା ପାଇଁ ୨ ମାସ ବିଳମ୍ବ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com