ଅନ୍ୟାନ୍ୟ

ପାକିସ୍ତାନ: ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୩୦ ମୃତ, ୫୦ରୁ ଅଧିକ ଆହତ

ପେଶାଓ୍ଵର : ପାକିସ୍ତାନର ପେଶାଓ୍ଵରରେ ଭୟଙ୍କର ବିସ୍ଫୋରଣ। ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଲେଡି ରିଡିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟରେ ୧୫ ଆମ୍ବୁଲାନ୍ସ ନିୟୋଜିତ ଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମସଜିଦରେ ନମାଜ ପାଠ ସମୟରେ ଏହି ବିସ୍ଫୋରଣ ଘଟିଛି। ମସଜିଦରେ ପ୍ରବଳ ଭିଡ ସମୟରେ ଜଣେ ବ୍ୟକ୍ତି ନିଜକୁ ଉଡାଇଛନ୍ତି। ବିସ୍ଫୋରଣ ପୂର୍ବରୁ ପ୍ରଥମେ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା।
ଏହି ଆତ୍ମଘାତୀ ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପୋଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଏହି ଅଞ୍ଚଳରେ ଅନେକ ବଜାର ରହିଛି। ସାଧାରଣତଃ ଶୁକ୍ରବାର ନମାଜ ସମୟରେ ଲୋକଙ୍କ ପ୍ରବଳ ଭିଡ ଜମିଥାଏ।

Related Articles

Back to top button
WP Twitter Auto Publish Powered By : XYZScripts.com