ଅନ୍ୟାନ୍ୟ

ଟ୍ରେନିଂ ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ, ତିନି ପାଇଲଟ ମୃତ

ସଚିଅନ : ଟ୍ରେନିଂ ବେଳେ ଏୟାରଫୋର୍ସ ବିମାନ ଦୁର୍ଘଟଣାଗ୍ରସ୍ତ । ମଝି ଆକାଶରେ ଦୁଇ ବିମାନ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦକ୍ଷିଣ କୋରିଆର ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି  । ଦୁର୍ଘଟଣାରେ ବିମାନରେ ଥିବା ତିନି ପାଇଲଟଙ୍କ ମୃତ୍ୟୁ ହୋଇଛି । ସଚିଅନ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ ।
ସୂଚନା ଅନୁସାରେ, ଶୁକ୍ରବାର ଦିନ ଦକ୍ଷିଣ କୋରିଆର ବାୟୁସେନାର ଦୁଇଟି ଟ୍ରେନର ବିମାନ ମୁହାଁମୁହିଁ ଧକ୍କା ହୋଇଛି । ଦକ୍ଷିଣ ପୂର୍ବାଞ୍ଚଳ ସଚିଅନରେ ଥିବା କେଟି -୧ ଏୟାରକ୍ରାଫ୍ଟ ବେସ ନିକଟରେ ପ୍ରାୟ ୧ଟା ୩୫ ସମୟରେ ହୋଇଛି । ଏହି ଦୁର୍ଘଟଣାରେ କଣ କ୍ଷୟକ୍ଷତି ହୋଇଛି ସେନେଇ ତଦନ୍ତ ଜାରି ଥିବା କହିଛି ବାୟୁସେନା ।
ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ, ତିନିଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com