ଅନ୍ୟାନ୍ୟ

ପୁଅର ଛୁରାମାଡ଼ରେ ବାପା ମୃତ

ବ୍ରହ୍ମପୁର, ୨୬/୧୦/୨୦୨୨ –  ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ପୁଅ ସାଜିଲା ସାଇତାନ l ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ l ଏହି ହତ୍ୟାକାଣ୍ଡଟି ଗତ ରାତିରେ ଘଟିଥିବା ବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି l ପ୍ରାଥମିକ ସୂଚନା ମୁତାବକ ଗତ ରାତିରେ କୌଣସି କାରଣକୁ କେନ୍ଦ୍ରକରି ମୃତ ଦେବରାଜ ଓ ତାଙ୍କ ପୁଅ ଅରୁଣ ନାହାକଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l

ଅରୁଣ ନିଶାସକ୍ତ ଅବସ୍ଥାରେ ପ୍ରଥମେ ପରିବାରର ମା, ଭଉଣୀଙ୍କୁ ଆକ୍ରମଣ କରିଥିଲେ l ପରେ ରାଗ ଜର୍ଜରିତ ହୋଇ ନିଜ ବାପା ଦେବରାଜଙ୍କୁ ଗୋଟିଏ ଛୁରୀରେ ହାତକୁ ଆକ୍ରମଣ କରି ତଳେ ପକାଇ ଦେଇ ଛାତିକୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ଦେବରାଜଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସେପଟେ ଆଜି ସାଇଟିଫିକ ଟିମ ପହଁଚି ଛାନବିନ କରିବାର ସୂଚନା ରହିଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା ସୂଚନା ମିଳିଛି l ସେପଟେ ହତ୍ୟାକାରୀ ପୁଅକୁ ଖୋଜୁଛି ପୋଲିସ l

Related Articles

Back to top button
WP Twitter Auto Publish Powered By : XYZScripts.com