ଅନ୍ୟାନ୍ୟ

ଆରମ୍ଭ ହେଲା ହକି ବିଶ୍ୱକପ୍ ଟ୍ରଫି ପରିକ୍ରମା ଅଭିଯାନ

ଭୁବନେଶ୍ୱର, ୦୫/୧୨ /୨୦୨୨-  ଓଡ଼ିଶା ହକି ମେନ୍ସ ୱାର୍ଲକପ୍ ପାଇଁ ଟ୍ରଫି ଟୁରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ । FIHର ଏହି ଟ୍ରଫି ୨୧ ଦିନ ପାଇଁ ୧୩ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା କରିବ । ଦିଲ୍ଲୀ, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ମହାରାଷ୍ଟ୍ର, ତାମିଲନାଡୁ, ହରିୟାଣା, ମଧ୍ୟପ୍ରଦେଶ, କେରଳ, ଛତିଶଗଡ଼ ଏବଂ କର୍ଣ୍ଣାଟକ ଆଦି ରାଜ୍ୟ ଟୁର କରି ଡିସେମ୍ବର ୨୫ରେ ଟ୍ରଫି ଓଡ଼ିଶା ଫେରିବ ।

ସେହିପରି ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା ସହ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ ବୁଲିବ । ଏହି ଟ୍ରଫି ଟୁର୍ ଦେଶରେ ହକି ବିଶ୍ବକପ୍ ନେଇ ଉତ୍ସାହ ଭରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏଫଆଇଏଚ୍ ବିଶ୍ବକପ୍ ଜାନୁଆରୀ ୧୩ରୁ ଆରମ୍ଭ ହେବ । ଚଳିତ ଥର ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ସମସ୍ତ ମ୍ୟାଚ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ । ୨୩ ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ଫାଇନାଲ ମ୍ୟାଚ୍ ଖେଳାଯିବ । ଟ୍ରଫି ହସ୍ତାନ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂ, ହକି ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com