ଅନ୍ୟାନ୍ୟ

ପାର୍କିଙ୍ଗ ବିବାଦକୁ ନେଇ ୫ଜଣଙ୍କୁ ଗୁଳି ମାଡ଼ , ଘର ସହ ସବୁ ଗାଡି ଜାଳିଦେଲେ ଦୁର୍ବୃତ୍ତ

ବିହାର : ପାଟଣା ଜେଠୁଲି ଇଲାକାରେ ପାର୍କିଙ୍ଗ ବିବାଦକୁ ନେଇ ୫ଜଣଙ୍କୁ ଆଖିବୁଜା ଗୁଳିମାଡ କରାଯାଇଛି । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଜେଠୁଲିରେ ଉମେଶ ରାୟ ନାମକ ଜଣେ ବ୍ୟକ୍ତି ରହୁଥିଲା । ସେ ଲୋକଙ୍କ ଜମି ଜୋରଜବରଦସ୍ତି ହଡପ କରି ବ୍ୟବସାୟ କରୁଥିଲା ଏବଂ ଲୋକଙ୍କୁ ଡରାଇ ରଖୁଥିଲା । ତା’ର ଅନେକ ରାଜନେତାଙ୍କ ସହ ଭଲ ସମ୍ପର୍କ ଥିବାରୁ ତା’ ବିରୋଧରେ କେହି ସ୍ୱର ଉଠାଇବାକୁ ଡରୁଥିଲେ । ତା’ ସହ ସ୍ଥାନୀୟ ଲୋକଙ୍କର ପାର୍କିଙ୍ଗ ଜାଗାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପାର୍କିଙ୍ଗ ଜାଗାରେ ଉମେଶ ନିଜ ଟ୍ରାକ୍ଟର ରଖିଥିବାରୁ ଗାଡି କାଢିବାକୁ ଲୋକଙ୍କୁ ସମସ୍ୟା ହୋଇଥିଲା । ଏନେଇ ବିରୋଧ କରିବାକୁ ଉମେଶ ରାଗିଯାଇ ଲୋକଙ୍କ ଉପରକୁ ଗୁଳିମାଡ କରିଥିଲା । ଫଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଉମେଶ ଓ ତା ସହଯୋଗୀଙ୍କ ଘରେ ଓ ଗାଡିରେ ନିଆଁ ଲଗାଇଦେଇଥିଲେ । ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏକାଧିକ ପୋଲିସ ଆହତ ହୋଇଛନ୍ତି । ଏ ଘଟଣାରେ ପୁଲିସ କିଛି ଅଭିଯୁକ୍ତଙ୍କଚ ଗିରଫ କରିଥିଲେ ବି ପରିସ୍ଥିତି ଏବେବି ଅଶାନ୍ତ ରହିଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com