ଅନ୍ୟାନ୍ୟ

କୁହୁଡ଼ି ଯୋଗୁଁ ବସ୍‌କୁ ଧକ୍କା ଦେଲା ଟ୍ରକ୍, ୬ ମୃତ

ଲକ୍ଷ୍ନୌ:  ଉତ୍ତରପ୍ରଦେଶର ବହରାଇଚ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ୬ଜଣଙ୍କ ଜୀବନ । ବସ୍‌କୁ ପଛପଟୁ ଟ୍ରକ୍ ଧକ୍କା ମାରିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ଯରୁ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସୂଚନା ଅନୁଯାୟୀ, ବୁଧବାର ଭୋରରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଲକ୍ଷ୍ନୌରୁ ବହରାଇଚ୍ ଯାଉଥିବା ରୋଡ୍ଓ୍ବେଜ୍ ନାମକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭୋର ସାଢେ ୪ଟା ବେଳେ କୁହୁଡ଼ାର ପ୍ରକୋପ ଜାରି ରହିଥିଲା । ବହରାଇଚ୍ ଏନଏଚରେ ରାସ୍ତା ଠିକ୍ ଭାବେ ଦେଖାନହେବାରୁ ବସ୍‌କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ବସ୍‌ଟି ବିଜୁଳି ଖୁଣ୍ଟରେ ମାଡ଼ ହେବା ଫଳରେ ୬ଜଣ ପ୍ରାଣ ହରାଇଛନ୍ତି ।  ସ୍ଥାନୀୟ ପୋଲିସ ସହିତ ସିଓ ଓ ଏସଡିଏମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ଲକ୍ଷ୍ନୌ ଟ୍ରାମା ସେଣ୍ଟରରେ ଭର୍ତ୍ତି କରିଛନ୍ତି । ଭୟଙ୍କର ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com