ଅନ୍ୟାନ୍ୟ

ହକି ବିଶ୍ଵକପ ପାଇଁ ରାଉରକେଲାରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର, ୦୩ /୦୧/୨୦୨୩-  ହକି ବିଶ୍ଵକପ ପାଇଁ ରାଉରକେଲା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସେହିପରି ସହରର ୧୦୦ଟି ଜାଗାରେ ସିସିଟିଭି ଲଗାଯିବାକୁ ଥିବାବେଳେ ୩୫ ଟି ସ୍ଥାନରେ ଲଗା ସରିଛି । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଗତିବିଧି ନଜରରେ ରଖିବା ପାଇଁ ୧୨ ଟି ସ୍ଥାନରେ ଚେକ ପୋଷ୍ଟ ଲଗାଯାଇଛି । ରାଉରକେଲା ସହରରେ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କରାଯାଇଛି । ହକି ବିଶ୍ଵକପର ସମସ୍ତ ମ୍ୟାଚ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ସ୍ଥିତ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ୍ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com