ଅନ୍ୟାନ୍ୟ

କୋଟଗଡ଼ରେ ବସ୍ ଦୁର୍ଘଟଣା : ୪୦ ଆହତ

କୋଟଗଡ, ୧୪/୦୨/୨୦୨୩ –    କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ପଣ୍ଡାଇର୍ପି ମୁଣ୍ଡାସାହିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୧୫ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ କୋଟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମଙ୍ଗଳବାର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାଠାରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଫୁଲବାଣୀ ଯାଉଥିଲା ବସ୍ । ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ଚକା ଫାଟିଯିବାରୁ ଏକ ଗଛରେ ପିଟି ହୋଇ ବସ୍ ଓଲଟି ପଡିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com