ଅନ୍ୟାନ୍ୟ

କଲିକତା ହାଇକୋର୍ଟଙ୍କ ବିଦାୟ ସମାରୋହରେ ଇମର୍ଜେନ୍ସି ପ୍ରସଙ୍ଗ ଉଠାଇଲେ ଜଷ୍ଟିସ ବିବେକ ଚୌଧୁରୀ

ଇମର୍ଜେନ୍ସିକୁ ବି ବଳିଗଲା ବର୍ତ୍ତମାନର ସ୍ଥିତି । ୪୮ ବର୍ଷପରେ ପୁଣି ଇତିହାସର ପୁନରାବୃତି । ଇମର୍ଜେନ୍ସି ସମୟରେ ୧୬ ଜଣ ବିଚାର ପତିଙ୍କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ଏକା ସଙ୍ଗେ ୨୪ ଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରାଯାଇଛି । ଯାହା ଇତିହାସର ପୁରୁଣା ପୃଷ୍ଠାକୁ ଦୋହରାଇଛି ।

ଏଭଳି କିଛି କହିଛନ୍ତି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ବିବେକ ଚୌଧୁରୀ । ସେ କହିଛନ୍ତି ଯେ ୧୯୭୫ର ଜରୁରୀକାଳୀ ପରିସସ୍ଥିରେ ବିଭିନ୍ନ ହାଇକୋର୍ଟରରେ ଅତି କମରେ ୧୬ ଜଣ ବିଚାରପତିଙ୍କୁ ଏକାଥରେ ସ୍ଥାନାନ୍ତର କରାଯାଇଥିଲା । ହେଲେ ୪୮ ବର୍ଷ ପରେ ସୁପ୍ରିମକୋର୍ଟଙ୍କ କଲେଜିୟମ ୨୪ ଜଣ ବିଚାରପତିଙ୍କୁ ଏକାସଙ୍ଗେ ସ୍ଥାନାନ୍ତର କରିଛନ୍ତି । ତେବେ ଜଷ୍ଟିସ ଚୌଧୁରୀଙ୍କୁ ପାଟନା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

ନଭେମ୍ବର ୨୪ରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ବିବେକ ଚୌଧୁରୀ । ହେଲେ ଏହା ପୂର୍ବରୁ ସୋମବାର ହାଇକୋର୍ଟଙ୍କ ଦ୍ୱାରା ଆୟୋଜିତ ବିଦାୟ ସମାରୋହରେ ବିଚାରପତି ଜଷ୍ଟିସ ଚୌଧୁରୀ କହିଛନ୍ତି ଯେ, ଏହା ଇତିହାସର କେ ଅଂଶ ହୋଇ ରହିବ । ଆମର ପ୍ରଧାନ ବିଚାରପତି ଟିଏସ ସିଭଗଣନମ ମୋତେ ସର୍ବଦା କୁହନ୍ତି ଯେ ମୁଁ ଜଣେ ସ୍ପଷ୍ଟବାଦି ବିଚାରପତି । ଯେହେତୁ ଏହା ମୋର ଆପଣଙ୍କ ସହ ଶେଷ ସାକ୍ଷାତକାର ହେବ ତେବେ ମୁଁ ନିଶ୍ଚୟ କହିବି ଯେ ୧୯୭୫ର ଜରୁରୀକାଳୀନ ସମୟରେ ବିଭିନ୍ନ ହାଇକୋର୍ଟର ୧୬ ଜଣ ବିଚାରପତିଙ୍କୁ ଥରେ ସ୍ଥାନାନ୍ତର କରାଯାଇଥିଲା।

ପ୍ରାୟ ୪୮ ବର୍ଷ ପରେ ବର୍ତ୍ତମାନ କଲେଜିୟମ ଦ୍ୱାରା ୨୪ ଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରାଯାଇଛି। ତେଣୁ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କ ହାତରୁ ନ୍ୟାୟପାଳିକାର ହସ୍ତାନ୍ତର କରିବାରେ ମୁଁ ପ୍ରଥମ ଅଟେ ବୋଲି ବିଚାରପତି ଚୌଧୁରୀ କହିଛନ୍ତି। ଜଷ୍ଟିସ ଚୌଧୁରୀ ୨୦୧୧ ମସିହାରୁ ଜିଲ୍ଲା ନ୍ୟାୟପାଳିକାର ବିଚାରପତି ଏବଂ ହାଇକୋର୍ଟରେ ରେଜିଷ୍ଟ୍ରାର ଭାବରେ କାର୍ୟ୍ୟ କରିଥିଲେ। ୨୦୧୮ରେ କଲିକତା ହାଇକୋର୍ଟର ବିଚାରପତି ଭାବରେ କାର୍ଯ୍ୟ ନିର୍ବାହ କରିଛନ୍ତି । ତେବେ ଅଗଷ୍ଟ ୧୧ରେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ କ୍ରମେ ତାଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି ।

ଏନେଇ ନଭେମ୍ବର ୧୩ରେ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରି ଜଷ୍ଟିସ ଚୌଧୁରୀଙ୍କ ସମେତ ୨୪ ଜଣଙ୍କୁ ସ୍ଥାନାନ୍ତର କରିବା ନେଇ ଘୋଷଣା କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com