ଅନ୍ୟାନ୍ୟ

ବିବାହିତା ଝିଅ ପାଇ ପାରିବେ ଅନୁକମ୍ପାମୂଳକ ଚାକିରି

 ଭୁବନେଶ୍ୱର, ୨୯/୧୦/୨୦୨୨-   ବିବାହିତା ଝିଅ ମଧ୍ୟ ପାଇପାରିବେ ଅନୁକମ୍ପା ମୂଳକ ଚାକିରି । କୌଣସି ସରକାରୀ କର୍ମଚାରୀ ଯଦି ଚାକିରିରେ ଥାଇ ମୃତ୍ୟୁ ବରଣ କରନ୍ତି ତାଙ୍କ ସ୍ଥାନରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରି ମିଳିପାରିବ । ଏପରି ଐତିହାସିକ ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ ।

ପୂର୍ବରୁ କେବଳ ପୁଅ କିମ୍ବା ଅବିବାହିତା ଝିଅଙ୍କୁ ଏ କ୍ଷେତ୍ରରେ ନିଯୁକ୍ତି ଦିଆ ଯାଉଥିଲା । ମାତ୍ର ଏପରି ପରିସ୍ଥିତିରେ ବିବାହିତ ଝିଅଙ୍କୁ ନିଯୁକ୍ତି ନ ଦିଆଯିବା ଏକ ମନମୁଖୀ ନିଷ୍ପତ୍ତି । ଏହା ସମ୍ବିଧାନର ଧାରା ୧୪,୧୫ ଓ ୧୬ ର ଉପଧାରା ୨କୁ ର ଉଲଙ୍ଘନ କରୁଛି ବୋଲି ହାଇକୋର୍ଟ କହିବା ସହ ଏଭଳି ସରକାରୀ ନୀତିକୁ ରଦ୍ଦ କରିଛନ୍ତି । ସରକାରୀ ଚାକିରିଆଙ୍କ ଚାକିରି କାଳରେ ମୃତ୍ୟୁ ପରେ ଅନୁକମ୍ପା ନିଯୁକ୍ତି ପାଇଁ ବିବାହ ଏକ ମାନଦଣ୍ଡ ନୁହେଁ ବରଂ ନିର୍ଭରଶୀଳତା ମାନଦଣ୍ଡ ହେବା ଉଚିତ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି ।

ଏଥିସହ ଏକ୍ଷେତ୍ରରେ ବିବାହିତ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ଭଦ୍ରକ ଜିଲ୍ଲାର ଏକ ବିଦ୍ୟାଳୟରେ ଶିକ୍ଷକ ଥିବା ଆବେଦନକାରୀଙ୍କ ପିତାଙ୍କ ଅକାଳ ମୃତ୍ୟୁ ପରେ ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ଼ ଝିଅ ବାସନ୍ତି ନାୟକ ଅନୁକମ୍ପା ନିଯୁକ୍ତି ପାଇଁ ଆବେଦନ କରିଥିଲେ । ମାତ୍ର ସେ ବିବାହିତା ହୋଇଥିବା କାରଣ ଦର୍ଶାଇ ଏହାକୁ ଖାରଜ କରି ଦିଆଯାଇଥିଲା। ଏହା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com