ଅନ୍ୟାନ୍ୟ

ଆଖି ଆଗରେ ନୋଟ୍ ବଦଳାଇବାକୁ କହି ଗାଏବ କରିଦେଲେ ଟଙ୍କା

 ଭୁବନେଶ୍ୱର- ୦୬ /୧୨ /୨୦୨୨- ଆଖି ଆଗରୁ ନେଇଗଲେ ଟଙ୍କା। ୫୦୦ ଟଙ୍କିଆ ନୋଟ୍ ଗଣିବାକୁ ମାଗିଲେ ଆଉ ଗାଏବ କରିଦେଲେ ୬୦ ହଜାର। ଏପରି କିଛି ଅଭିଯୋଗ ବାଲେଶ୍ୱେର  ସିମୁଳିଆ ଥାନା ଝାଟିଆମାଳ ଅଞ୍ଚଳରୁ ଆସିଛି। ଏଠି ମିନି ବ୍ୟାଙ୍କ ଚଲାଇଥିବା ଭୋଳାନାଥ ପାଢ଼ୀଙ୍କ ପାଖରୁ ଦୁଇ ଜଣ ବ୍ୟକ୍ତି ଠକି ନେଇଛନ୍ତି ୬୦ ହଜାର ଟଙ୍କା। ନିର୍ଦ୍ଦିଷ୍ଟ କିଛି ୫ ଶହ ଟଙ୍କିଆ ନୋଟ୍ ବଦଳରେ ଶହେ ଟଙ୍କିଆ ୫ଟି ନୋଟ୍ ନେବାକୁ ଆସିଥିଲେ ଠକ ମାନେ।ଭୋଳାନାଥ ଏମାନଙ୍କ କଥାରେ ଫସି ଯାଇ ବିଶ୍ୱାସରେ ୫୦୦ ଟଙ୍କିଆ ନୋଟ୍ ବିଡ଼ା ଧରାଇ ଦେଇଥିଲେ।

ବେଶ୍ ଚାଲାକର ସହ କଥା କହି ଭୋଳାନାଥଙ୍କୁ ନିଜ ଜାଲରେ ଫସାଇଥିଲେ। ହିନ୍ଦୀରେ କଥା କହିବା ସହ ନିଜକୁ ବିଦେଶୀ ପରିଚୟ ଦେଇଥିଲେ।  ୧ ଲକ୍ଷ ୪୪ ହଜାରରୁ ନିଜେ ବାଛି ଟଙ୍କା ରଖିବାକୁ କହିଥିଲେ। ନିଜ ସାମ୍ନାରେ ଏସବୁ ହେଉଥିବାରୁ ବେଫିକର ଥିଲେ ଭୋଳା।

Related Articles

Back to top button
WP Twitter Auto Publish Powered By : XYZScripts.com