ଅନ୍ୟାନ୍ୟ

ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ମାର୍ଚ୍ଚ ୨୬ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର ୨୪/୦୩/୨୦୨୩ –   ମାଗଣା ସିଭିଲ୍ ସର୍ଭିସ କୋଚିଂ ପାଇଁ ଆସନ୍ତା ୨୬ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୫ଟି ସହରରେ ଆଶାୟୀମାନେ ପ୍ରବେଶିକା ପରୀକ୍ଷା ଦେଇ ପାରିବେ । ଏହି ପ୍ରବେଶିକା ପରୀକ୍ଷା ୨ ଘଣ୍ଟା ପାଇଁ ଅନୁଷ୍ଠିତ ହେବ । ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ଆଦି ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏହି ପ୍ରବେଶିକା ପରୀକ୍ଷାରେ UPSC ଢାଞ୍ଚାର ପ୍ରଶ୍ନପତ୍ର ଆସିବ ।

ଏହି ପ୍ରବେଶିକା ପରୀକ୍ଷା ପାଇଁ ୮ ହଜାରରୁ ଅଧିକ ପ୍ରାର୍ଥୀ ଆବେଦନ କରିଛନ୍ତି । ଉଭୟ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ପାଇଁ ଆଶାୟୀଙ୍କୁ SQ IAS ଏକାଡେମୀ ପ୍ରଶିକ୍ଷଣ ପ୍ରଦାନ କରିବ । ଅଫଲାଇନରେ ମୋଡ଼ରେ ହେବାକୁ ଥିବା ଏହି ପରୀକ୍ଷାରେ ୨୦୦ ମାର୍କର କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ ଆସିବ । ମଲ୍ଟିପୁଲ ଚଏସ ସହିତ ମାଇନସ୍ ମାର୍କିଂ  ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com